ରାଜ୍ୟରେ ଚିହ୍ନଟ ହେଲେ ୩୧୪୪ କରୋନା ସଂକ୍ରମିତ,୨୪୪୧୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୦୮।୧୦: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୪୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୨୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରୁ ୧୨୮ଜଣ, ବାଲେଶ୍ୱର ଜିଲ୍ଲାରୁ ୭୨ଜଣ, ବରଗଡ଼ ଜିଲ୍ଲାରୁ ୯୪ଜଣ, ଭଦ୍ରକ ଜିଲ୍ଲାରୁ ୧୦୧ଜଣ, ବଲାଙ୍ଗୀର ୮୬ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୨୪୩ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୮ଜଣ, ଜଗତସିଂହପୁର ଜିଲ୍ଲାରୁ ୭୭ଜଣ, ଯାଜପୁର ଜିଲ୍ଲାରୁ ୧୦୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୪ଜଣ, କନ୍ଧମାଳ ଜିଲ୍ଲାରୁ ୧୧୬ଜଣ, କେନ୍ଦାପଡ଼ା ଜିଲ୍ଲାରୁ ୮୨ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬୨ଜଣ, କୋରାପୁଟ ଜିଲ୍ଲାରୁ ୩୭ଜଣ, ମାଲକାନଗିରି ଜିଲ୍ଲାରୁ ୨୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୭ଜଣ, ନୟାଗଡ଼ ଜିଲ୍ଲାରୁ ୫୮ଜଣ, ନୂଆପଡ଼ା ଜିଲ୍ଲାରୁ ୧୧୪ଜଣ, ପୁରୀ ଜିଲ୍ଲାରୁ ୧୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୬ଜଣ, ସୋନପୁର ଜିଲ୍ଲାରୁ ୮୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୫ଜଣ, ଷ୍ଟେଟ ପୁଲ୍‌ରୁ ୧୩୦ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୪୧୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୪୪୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୧୩୬୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୬୧୯୫୦୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.