ଭୁବନେଶ୍ବରରୁ ଦିନକରେ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୦ ସୁସ୍ଥ

Published By : Prameya-News7 Bureau | July 10, 2021 IST

ଭୁବନେଶ୍ବର ୧୦/ ୦୭ : ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୪୯ ଜଣ । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୩, ୩୯୧ । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୯୧,୬୭୯ ଜଣ ସୁସ୍ଥ ହୋଇସାରିଛନ୍ତି । ୫୦୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୮୮ ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୩୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତକାଲି ଭୁବନେଶ୍ବରରୁ ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

wp:embed {"url":"https://twitter.com/bmcbbsr/status/1413856469431177220","type":"rich","providerNameSlug":"twitter","responsive":true,"className":""}
https://twitter.com/bmcbbsr/status/1413856469431177220
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.