ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

Published By : Prameya-News7 Bureau | October 02, 2020 IST

ଭୁବନେଶ୍ୱର, ୦୨ ।୧୦: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୧୨  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫୪୭ରେ ପହଞ୍ଚିଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫୮ ଜଣ ରହିଥିବା ବେଳେ ୨୫୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୯୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦୦ ଜଣଙ୍କର ମୃତ୍ୟୁ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.