ସଂକ୍ରମଣ ସହ ତାଳ ଦେଇ ବଢି ଚାଲିଛି ଆରୋଗ୍ୟ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୩୧୧୦

Published By : Prameya-News7 Bureau | September 09, 2020 IST

ଭୁବନେଶ୍ଵର ୦୯।୦୯: କରୋନା ସଂକ୍ରମଣ ସହିତ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଆରୋଗ୍ୟ ସଂଖ୍ୟା ଏକ ଲକ୍ଷ ଟପିଥିଲା, ଯାହା କରୋନା ଲଢେଇରେ ବହୁତ ବଡ ସଫଳତା। ମୁଖ୍ୟମନ୍ତ୍ରୀ ଏଥିପାଇଁ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଆଉ ୩୧୧୦ କୋଭିଡ୍-୧୯ ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଟ୍ଵିଟ୍‌ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ କୋଭିଡ୍-୧୯ ରୋଗୀ ସୁସ୍ଥଲାଭ କରିଛନ୍ତି। ଗତ ୨୪ ଘଣ୍ଟାରେ ୧୦୨୩ କରୋନାରୁ ମୁକ୍ତ ହୋଇଛନ୍ତି। ସେହି ଭଳି ପୁରୀରୁ ୨୧୫, କଟକରୁ ୨୦୨, ମୟୂରଭଞ୍ଜରୁ ୧୫୪, କେନ୍ଦ୍ରାପଡାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ଵରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦, ଗଞ୍ଜାମରୁ ୯୮, ଝାରସୁଗୁଡାରୁ ୯୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି କୋରାପୁଟରୁ ୯୫, ବରଗଡରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, କେନ୍ଦୁଝରରୁ ୬୦, ସୁନ୍ଦରଗଡରୁ ୫୮, ରାୟଗଡାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗିରରୁ ୪୧, ନବରଙ୍ଗପୁରରୁ ୩୪, ମାଲକାନଗିରିରୁ ୩୨, ନୟାଗଡରୁ ୨୯, ଗଜପତିରୁ ୨୦, ସୋନପୁରରୁ ୨୦, ନୂଆପଡାରୁ ୧୬, ବୌଦ୍ଧରୁ ୭, ଅନୁଗୁଳରୁ ୨ ଏବଂ ଦେବଗଡରୁ ୨ ଜଣ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୪୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତକାରୀଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି। ଏହି ସମୟରେ ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ସୁଦ୍ଧା କରୋନାରେ ୫୮୦ ଜୀବନ ହାରିଲେଣି। ଆଜିର ସୁସ୍ଥଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.