ମୁଷ୍ଟିଯୁଦ୍ଧରେ ପ୍ରସିଦ୍ଧ ବଡି ବିଲ୍ଡର ଲାରୀଙ୍କୁ ପରାସ୍ତ କଲେ ଭାରତୀୟ ଖେଳାଳି ରାହୁଲ ପାନିକର

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ,୧୧/ ୦୧କୋଚିରେ ରହୁଥିବା ୩୧ ବର୍ଷୀୟ ରାହୁଲ ପାନିକର ବିଶ୍ୱର ପ୍ରସିଦ୍ଧ ବଡିବିଲ୍ଡର ଲାରୀ ହ୍ୱିଲସଙ୍କୁ ମୁଷ୍ଟି ଯୁଦ୍ଧରେ ପରାସ୍ତ କରିଛନ୍ତି । ଦୁବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ରାହୁଲ ପ୍ରଥମ ଦୁଇଟି ରାଉଣ୍ଡ ହାରି ଯାଇଥିଲେ । କିନ୍ତୁ ଅନ୍ୟ ରାଉଣ୍ଡରେ ସେ ଲେରୀଙ୍କ ଉପରେ ଭାରି ପଡିଥିଲେ ।

ସୂଚନାନୁସାରେ, ଏହି ମୁକାବିଲା ୫ଟି ରାଉଣ୍ଡରେ ଖେଳାଯାଇଥିଲା । ପ୍ରଥମ ଦୁଇଟି ରାଉଣ୍ଡରେ ଲାରୀ ଆଗରେ ରହିଥିଲେ । କିନ୍ତୁ ଶେଷ ତିନୋଟିରେ ରାହୁଲ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାସହ ବିଜୟ ଲାଭ କରିଥିଲେ । ଏହି ବିଜୟର ଭିଡିଓ ରାହୁଲ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହା ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି । ରାହୁଲ ଏବେ ନ୍ୟାଶନାଲ ଆର୍ମ ରେସଲିଂ ଚାମ୍ପିଅନ ଅଛନ୍ତି । ଗତ ୧୦ ବର୍ଷରେ ସେ ୬ଟି ଜାତୀୟ ମେଡାଲ ପାଇଛନ୍ତି ।

ଲାରୀଙ୍କ ଓଜନ ୧୧୦ କେଜି ହୋଇଥିବା ବେଳେ ସେ ୬ ଫୁଟ୍ ଅଟନ୍ତି ।  ତାଙ୍କ ନାମରେ ଅନେକ ଆନ୍ତର୍ଜାତୀୟ ରେକର୍ଡ ରହିଛି । ତେବେ ରାହୁଲ ପ୍ରାୟ ୭୦ କେଜିର ଅଟନ୍ତି ।

ଭାରତୀୟ ଅଭିନେତା ତଥା ବିଗବସ୍ ସିଜିନ-୩ର ବିଜେତା ରହିଥିବା ବିନ୍ଦୁ ଦାରା ସିଂ ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.