ଆଶାୟୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟରେ ୩୧ ହଜାର ପଦରେ ଶିକ୍ଷକଙ୍କ ନିଯୁକ୍ତିକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | October 14, 2020 IST

ଜୟପୁର ୧୪।୧୦: କରୋନା କାଳରେ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜସ୍ଥାନରେ ୩୧  ହଜାର ଶିକ୍ଷକ ପଦରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଆଧାରରେ ୩୧ ହଜାର ତୃତୀୟ ଶ୍ରେଣୀ ଶିକ୍ଷକଙ୍କ ଭର୍ତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଉଲ୍ଲେଖନୀୟ ଆର୍ଥିକ ବର୍ଷ ୨୦୨୦-୨୧ ବଜେଟ୍‌ ଭାଷଣରେ ମୋଟ୍ ୫୩ ହଜାର ପଦରେ ଭର୍ତ୍ତି କରାଯିବା  ବୋଲି ଘୋଷଣା ହୋଇଥିଲା।

ଏହା ପରେ ଶିକ୍ଷା ବିଭାଗ ୩୧ ହଜାର ତୃତୀୟ ଶ୍ରେଣୀ ଶିକ୍ଷକଙ୍କ ନିଯୁକ୍ତି ସମ୍ବନ୍ଧିତ ପ୍ରସ୍ତାବକୁ ଅର୍ଥ ବିଭାଗ ପାଖକୁ ପଠାଇଥିଲା, ଯାହାକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହି ସବୁ ପଦରେ ନିଯୁକ୍ତି ପରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ୨୫୦୦ କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ଭାର ବହନ କରିବାକୁ ପଡିବ।

wp:html /wp:html

ଏଥିରୁ ୨୮୨ ମାଧ୍ୟମିକ ବିଦ୍ୟାଳୟରେ ୨୪୮୯ ଅସ୍ଥାୟୀ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏଥିରୁ ୧୦୪ ପ୍ରଧାନ ଶିକ୍ଷକ, ୧୬୯୨  ବରିଷ୍ଠ ଶିକ୍ଷକ, ୪୧୧ ଶିକ୍ଷକ ଓ ୨୮୨ କନିଷ୍ଠ ସହାୟକ ସାମିଲ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋଷଣା ପରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ରିଟ୍ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ। ସେ ଟ୍ଵିଟ୍ କରି କହିଛନ୍ତି, ରାଜସ୍ଥାନରେ ଲକ୍ଷାଧିକ ବେରୋଜଗାରଙ୍କୁ ଆଶ୍ଵସ୍ତି ଦେଇ ଆଜି ମୁଖ୍ୟମନ୍ତ୍ରୀ ଗେହଲଟ ଶିକ୍ଷା ବିଭାଗ ଦ୍ଵାରା ୩୧ ହଜାର ତୃତୀୟ ଶ୍ରେଣୀ ଶିକ୍ଷକ ନିଯୁକ୍ତି ସମ୍ବନ୍ଧିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଖୁବ୍ ଶୀଘ୍ର ରିଟ୍ ପରୀକ୍ଷାର ବିଜ୍ଞପ୍ତି ଜାରି କରାଯିବ ଏବଂ ଏହା ପରେ ପରୀକ୍ଷା ଆୟୋଜନ  ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.