Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଝଡ଼ବାତ୍ୟା ନେଲା ୩୧ ଜୀବନ : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

17/04/2019 at 11:38 AM

ଜୟପୁର ୧୭/୪ : ଝଡ଼ବାତ୍ୟା ଯୋଗୁଁ ଦେଶର ଅନେକ ସହରର ଅବସ୍ଥା ସାଙ୍ଘାତିକ ହୋଇଯାଇଛି | ଦେଶର ଅନେକ ସହରରେ ପ୍ରଳୟଙ୍କରୀ ଝଡ଼ବାତ୍ୟା ହେବା ସହ କରା ପଥର ବର୍ଷା ହୋଇଛି | ରାଜସ୍ଥାନରେ ଝଡ଼ବାତ୍ୟା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି | ଅପରପକ୍ଷରେ ମଧ୍ୟ ପ୍ରଦେଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ବିଭିନ୍ନ ସ୍ଥାନରେ ସମୁଦାୟ ୩୧ ଜଣଙ୍କର ଜୀବନ ଯାଇଛି | ଆଜି ମଧ୍ୟ ପାଣିପାଗ ବିଭାଗ ଝଡ଼ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିଛି |


ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ସହ ରାଜସ୍ଥାନର ଅନେକ ଅଂଚଳରେ ପ୍ରଳୟଙ୍କରୀ ଝଡ଼ବାତ୍ୟା ହୋଇଛି | ରାଜସ୍ଥାନ ପ୍ରତାପଗଡ ଏବଂ ଝାଲବାଡ଼ରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ କରିଦେଇଛି | ଅନେକ ଜାଗାରେ ଗଛ ପଡି ବିଜୁଳି ଖୁଣ୍ଟ ପଡିଯାଇଛି | ରାଜସ୍ଥାନରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି | ଝଡ଼ବାତ୍ୟା ବିପଦ ଏବେ ମଧ୍ୟ ରହିଛି | ରାଜସ୍ଥାନ ଓ ହିମାଚଳ ପ୍ରଦେଶର ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛନ୍ତି |


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଝଡ଼ବାତ୍ୟାରେ ନିହତ ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସେ ଅତ୍ୟନ୍ତ ମର୍ମାହତ | ଆହତମାନଙ୍କ ପାଇଁ ସେ ଶୁଭକାମନା କରିଛନ୍ତି | ପ୍ରଧାନମନ୍ତ୍ରୀ ସହାୟତା ପ୍ରକୋଷ୍ଠ ତରଫରୁ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି |

   Related Posts