ସୋମବାରର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆସନ୍ତାକାଲିର ଦିନ

Published By : Prameya-News7 Bureau | May 30, 2021 IST

ମେଷ – ଈର୍ଷାଳୁ ହେବା କାରଣରୁ ଚାପଗ୍ରସ୍ତ ରହିବେ । ସ୍ୱାଭିମାନି ହୋଇପାରନ୍ତି ।
ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହ-ଯୋଗୀ ବ୍ୟବସାୟ ଲାଭଜନକ ହେବ ନାହିଁ ।
ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ପରିସ୍ଥିତିକୁ ଦୃଷ୍ଟିରେ
ରଖି ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ନିଜ କାର୍ଯ୍ୟ ଶୈଳୀ ପାଇଁ ମନରେ
ଅହଂଭାବ ଆସିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ମିଥୁନ - ଆମୋଦ-ପ୍ରମୋଦରେ ପରିବାର ସହିତ ସମୟ ଅତିବାହିତ କରିପାରନ୍ତି । ଭାଇମାନଙ୍କ
ସ୍ନେହଭାବ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର
ପାତ୍ର ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

କର୍କଟ – ଚଞ୍ଚଳମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ
ଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ କିନ୍ତୁ ବଡ ଲୋକଙ୍କ ପରାମର୍ଶ
ନେବାକୁ ଭୁଲିବେନି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ସିଂହ – ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ,ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ଏବଂ
କୃଷିକର୍ମକାରୀ, ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଭାଇ ଭଉଣୀ ଭିତରେ ସ୍ନେହ ଭାବ ବୃଦ୍ଧି
ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କନ୍ୟା – ମନ ପ୍ରସନ୍ନ ରହିବ । ଧର୍ମପରାୟଣ ଓ ମଧୁରଭାଷୀ ଭାବେ ଜନାଦୃତ, ପ୍ରେମୀ ଓ ସାହସୀ
ହେବେ । ଭାଇମାନଙ୍କ ଠାରୁ ଆଦର ସମ୍ମାନ ପାଇବେ । ବନ୍ଧୁ ପ୍ରେମୀ ଓ ସାହସୀ ପାଇଁ ବନ୍ଧୁମାନଙ୍କ
ସାହାର୍ଯ୍ୟ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ପରୋପକାରକୁ ଜୀବନ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଭାଗ୍ୟଶାଳୀ
ହୋଇପାରନ୍ତି । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । ମିତ୍ର ସୁଖ ମିଳିବ । ଶୁଭ ରଙ୍ଗ
ଧୂସର । ଶୁଭ ଅଙ୍କ ୭ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହୋଇପାରେ । ଐଶ୍ୱର୍ଯ୍ୟଯୁକ୍ତ
ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ୱର ପରିପ୍ରକାଶ ଘଟାଇବେ । ମାଲିମୋକଦ୍ଦମାରେ ବିଜୟୀ
ହେବା ସହିତ ଧନଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ଧନୁ – ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଚଞ୍ଚଳମନା ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟରେ
ଅଧିକ ଖର୍ଚ୍ଚାନ୍ତ ହେବେ । ନୀତିନିଷ୍ଠ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଦୂରଦ୍ରଷ୍ଟା ହେବ । ଶୁଭ ରଙ୍ଗ
ନୀଳ । ଶୁଭ ଅଙ୍କ ୫ ।

ମକର – କାର୍ଯ୍ୟ ଫଳଦାୟୀ ଓ ସରକାରୀ ସ୍ତରୁ ଧନ ଲାଭ ହେବ । ଯଶସ୍ୱୀ ହେବେ । ଲୋକପ୍ରିୟତା
ଅର୍ଜନ କରିପାରନ୍ତି । ଜୀବନକୁ ସରଳ ବନାଇବା ପାଇଁ ପରକଥାକୁ ଶୁଣିବା ବନ୍ଧ କରନ୍ତୁ ।
ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ - ସମୟ ସହିତ ତାଳ ଦେଇ କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ମନ ପ୍ରସନ୍ନ ରହିବ । ଦୟାଳୁ
ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ କୃପା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ
ଅଙ୍କ ୭ ।

ମୀନ - ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ଦିନଟି ଅତିବାହିତ କରିବେ । ସୁଖ-
ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶୁଭ
ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.