ଝାରସୁଗୁଡାରୁ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ୨ପୌର କର୍ମଚାରୀ ସଂକ୍ରମିତ, ଚିନ୍ତାରେ ପ୍ରଶାସନ

Published By : Prameya-News7 Bureau | July 11, 2020 IST

ଝାରସୁଗୁଡ଼ା ୧୧।୦୭: ଝାରସୁଗୁଡା ଜିଲ୍ଲାରେ ଆଜି ସର୍ବାଧିକ ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପୌର କର୍ମଚାରୀ ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ପ୍ରଶାସନର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଟିଏମସି କେନ୍ଦ୍ରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ସେହିପରି ଜିଲ୍ଲାରେ ସମୁଦାୟ ୩୧ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ୨୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ଜଣ କରୋନା ଦାୟିତ୍ୱରେ ଥିବା ପୌର କର୍ମଚାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବ୍ରଜରାଜନଗର ଅଞ୍ଚଳର ରତାଖଣ୍ଡିରୁ ୪, ମହାବୀରନଗରରୁ ୪, ଲମଟିବାହାଲରୁ ୧, ନୂଆଁପଡ଼ା ଲମଟିବାହାଲ ୧, ଗାୟତ୍ରୀ ନଗର ୧, ହିଲଟପ ୧, ବାହାଦୂର ପଡ଼ା ୧, ଦୁର୍ଗାନଗର ୧, ପୁରୁଣା ଚୁନାଭଟା ୧, ମଣ୍ଡଳିଆ ୨, ଶାସ୍ତ୍ରୀନଗର ତେଲେନପାଳି ୧, ଅଭୟପୁର ୧, ଆଇବିପିଆଇଟି ୨, ଚୁହାକାନି ୧ ରହିଥିବା ବେଳେ ଲଇକେରା ବ୍ଲକ ପାକେଲପଡ଼ାରୁ ୧, କିର୍ମିରା ବ୍ଲକ ଅନ୍ତର୍ଗତ ଗଉଡ଼ ପାନପାଳି ରୁ ୨, କୋଲାବିରା ବଡବାହାଲ ରୁ ୧, ଯୋଗିଆଡ଼ିହି ରୁ ୧ ରହିଛି । ସେହିପରି ଝାରସୁଗୁଡ଼ା ପୁରୁଣାବସ୍ତିରୁ ୧, ତାଳପାଟିଆ ୧, ଜମେରା ୧, ମିଶନ ଆଶ୍ରାରୁ ଜଣେ ମାନସିକ ଅନଗ୍ରସର ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ସମସ୍ତେ କରେଣ୍ଟାଇନ ସେଣ୍ଟରରେ ଥିଲେ ।

ତେବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ବର୍ତ୍ତମାନ ଚିନ୍ତା ବଢିଥିବା ବେଳେ କୋଭିଡ ପରିଚାଳନା ଦାୟିତ୍ବ ରେ ଥିବା ମାଜିଷ୍ଟ୍ରେଟ, ଅଧିକାରୀ, ପୋଲିସ ନିଜ ନିଜ ସ୍ୱାବ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.