Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଦେଶରେ ପ୍ରତିଦିନ ୩୧ ପିଲା କରୁଛନ୍ତି ଆତ୍ମହତ୍ୟା, ମହାମାରୀ ପାଇଁ ଖରାପ ହୋଇଛି ପରିସ୍ଥିତି…

1/11/2021 at 11:54 AM

ନୂଆଦିଲ୍ଲୀ ୦୧।୧୧ : ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ନେଇ ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍‌ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୨୦ରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୩୯୨ ଜଣ ବାଳକ ହୋଇଥିବାବେଳେ ୬,୦୦୪ ଜଣ ବାଳିକା। ଏହା ୨୦୧୯ ତୁଳନାରେ ୧୮ ପ୍ରତିଶତ ଏବଂ ୨୦୧୮ ତୁଳନାରେ ୨୧ ପ୍ରତିଶତ ଅଧିକ। ୨୦୧୯ରେ ୯,୬୧୩ ଏବଂ ୨୦୧୮ରେ ୯,୪୧୩ ପିଲାଙ୍କର ଆତ୍ମହତ୍ୟା ଯୋଗୁଁ ମୃତ୍ୟୁ ଘଟିଥିଲା। ୧୮ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ପାରିବାରିକ ସମସ୍ୟାକୁ ନେଇ ୪,୦୦୬ ପିଲା ଆତ୍ମହତ୍ୟା କରିଥିବାବେଳେ ୧,୩୩୭ ଜଣ ପ୍ରେମ ବ୍ୟାପାରକୁ ନେଇ କରିଛନ୍ତି । ଏବଂ ୧,୩୨୭ ଜଣ ଅସୁସ୍ଥତାକୁ ନେଇ ଜୀବନ ହାରିଛନ୍ତି। ଅନ୍ୟ ପିଲାମାନେ ଅନ୍ୟ କାରଣ, ତଥା ବେରୋଜଗାର, ଦେବାଳିଆ, ନପୁଂସକତା, ଡ୍ରଗ୍ସ ସେବନ ଆଦି କାରଣରୁ ଏହି ପଦକ୍ଷେପ ନେଇଥିବାରୁ ଜଣାପଡ଼ିଛି।

ଶିଶୁ ସୁରକ୍ଷା, ଶିଶୁ ବଞ୍ଚାଅ ସଂସ୍ଥାର ଉପନିର୍ଦ୍ଦେଶକଙ୍କ ମତରେ କରୋନା ମହାମାରୀ ପ୍ରଭାବରେ, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ପିଲାମାନେ ନିଜକୁ ଏକୁଟିଆ ଅନୁଭବ କରିବା, ଆଦି ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଇଥିଲା । ଏଥିପାଇଁ ମନସ୍ତାତ୍ତ୍ୱିକ-ସାମାଜିକ ସମର୍ଥନ ମଧ୍ୟ ଆବଶ୍ୟକ। ଉପଯୁକ୍ତ ବାତାବରଣ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ପିଲାଙ୍କ ମାତାପିତା, ପରିବାର, ପଡୋଶୀ ଏବଂ ସରକାର ମିଳିତ ଭାବେ ଦାୟୀ। ମହାମାରୀ  ପ୍ରଭାବରୁ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ, ମନସ୍ବାତ୍ତ୍ୱିକ-ସାମାଜିକ ସୁସ୍ଥତା ଉପରେ ପଡ଼ିବ ବୋଲି ମହାମାରୀ ଆରମ୍ଭରୁ ଆଶଙ୍କା କରାଯାଉଥିଲା ବୋଲି ଅଜ୍ୟ ଜଣେ ଶିଶୁ ବିଶେଷଜ୍ଞ କହିଛନ୍ତି।

   Related Posts