କ୍ବାରେଣ୍ଟାଇନରେ ପୁରୀ କୁମ୍ଭାରପଡା ଥାନାର ୩୦ କର୍ମଚାରୀ

Published By : Prameya-News7 Bureau | May 18, 2020 IST

ପୁରୀ ୧୮।୦୫: କ୍ବାରେଣ୍ଟାଇନରେ ପୁରୀ କୁମ୍ଭାରପଡା ଥାନାର ୩୦ କର୍ମଚାରୀ । ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କ ସମେତ ୩୦ ଜଣ କର୍ମଚାରୀ କ୍ବାରେଣ୍ଟାଇନରେ ରହିଛନ୍ତି । 

{"id":271684,"sizeSlug":"large"}

ଛିନତାଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା |  ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯାଇଥିଲା  |  ରବିବାର ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।  କୁମ୍ଭାରପଡ଼ା ଥାନାରେ ଅଭିଯୁକ୍ତ ଅଟକ ଥିବାରୁ ଥାନାକୁ ଦମକଳ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଛି |  ଏହା ସହ ଥାନାକୁ ଖାଲି କରାଯାଇଛି ।  ଗିରଫ ଅଭିଯୁକ୍ତକୁ ମିଶାଇ ପୁରୀ ରୁ ରବିବାର  ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.