ଦୈନିକ ସଂକ୍ରମିତଙ୍କଠୁ କମିଲା ସୁସ୍ଥ ସଂଖ୍ୟା, ଆଜି ଆରୋଗ୍ୟ ହେଲେ ଆଉ ୩୦୯

Published By : Prameya-News7 Bureau | December 21, 2020 IST

ଭୁବନେଶ୍ଵର ୨୧।୧୨: ଗତ ଦୁଇ ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତ ସଂଖ୍ୟା ସୁସ୍ଥଠୁ ଅଧିକ ରହୁଛି। ଅର୍ଥାତ ସୁସ୍ଥ ତୂଳନାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩୦୯ ସୁସ୍ଥ ହୋଇଛନ୍ତି। ଯଦି ଏମିତି ଟ୍ରେଣ୍ଡ ଜାରି ରହେ ତେବେ ନିଶ୍ଚିତ ଭାବେ ସଭିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ। ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ନିଜର କାୟା ମେଲାଇ ପାରୁନଥିଲେ ବି କରୋନା ଭୟ ଏବେ ମଧ୍ୟ ଦୂର ହୋଇ ନାହିଁ। ଆଜି ସୁସ୍ଥ ହୋଇଥିବା ୩୦୯  ଜଣଙ୍କୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୧, ୯୫୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ, ଅନୁଗୁଳରୁ ଆଜି ସର୍ବାଧିକ ୪୪ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ଵରରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୦, ପୁରୀରୁ ୧୮, ନୂଆପଡାରୁ ୧୫, ଝାରୁସଗୁଡାରୁ ୧୪, ବଲାଙ୍ଗୀରରୁ ୧୨, ସମ୍ବଲପୁରରୁ ୧୦, ବରଗଡରୁ ୯, ଭଦ୍ରକରୁ ୮, ଯାଜପୁରରୁ ୭, କେନ୍ଦୁଝରରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ଗଜପତିରୁ ୩, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, କୋରାପୁଟରୁ ୧ ଓ ସୋନପୁରରୁ ୧ ଆରୋଗ୍ୟଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୩ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୩୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.