କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୮୭ କୋଭିଡ୍ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | July 01, 2021 IST

ଭୁବନେଶ୍ୱର ୩୦।୦୬ : ଜୁନ ପରି ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୨୮୮୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୩୧୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪୬ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୧୪୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୦ଜଣ, ବୌଦ୍ଧ ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୪୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜମ, ଢେଙ୍କାନାଳ ଜିଲ୍ଲାରୁ ୯୫ଜଣ, ଗଜପତି ଜିଲ୍ଲାରୁ ୧୬ଜମ, ଗଞ୍ଜାମ ଜିଲ୍ଲାରୁ ୨୨ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦, ଯାଜପୁର ଜିଲ୍ଲାରୁ ୨୦୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୮୪ଜଣ, କୋରାପୁଟ ଜିଲ୍ଲାରୁ ୭୭ଜଣ, ମାଲକାନଗିରି ଜିଲ୍ଲାରୁ ୮୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୧୮୯ଜଣ, ରାୟଗଡ଼ ଜିଲ୍ଲାରୁ ୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ଜଣ, ସୋନପୁର ଜିଲ୍ଲାରୁ ୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୯ଜଣ , ଷ୍ଟେଟ ପୁଲ୍‌ରୁ ୯୭ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୨୮୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୨୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଜଣ ୮୭୭୫୪୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୩୮୩୩୮୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.