ରାଜଧାନୀରେ ବଢୁଛି କରୋନା ପ୍ରକୋପ, ଆଜି ଚିହ୍ନଟ ହେଲେ ୩୦୭ ଆକ୍ରାନ୍ତ

Published By : Prameya-News7 Bureau | April 14, 2021 IST

ଭୁବନେଶ୍ଵର ୧୪।୦୪:  ଦେଶ ସହିତ ଓଡିଶାରେ କରୋନା ପ୍ରକୋପ ନିଜର କାୟା ମେଲାଇବାରେ ଲାଗିଛି। ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂପ୍ରତି ଦୈନିକ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ଆଜି ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଉ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦କୁ ବୃଦ୍ଧି ଘଟିଛି। ଅନ୍ୟପଟେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ବୁଧବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି।

wp:html /wp:html

ବିଏମସି ଅନୁଯାୟୀ ୩୦୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୮ ସ୍ଥାନୀୟ ସଂକ୍ରମଣ ଅଛନ୍ତି। ଖଣ୍ଡଗିରିରୁ ସର୍ବାଧିକ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ନୟାପଲ୍ଲୀରୁ ୧୯, ପଟିଆରୁ ୧୭, ଚନ୍ଦ୍ରଶେଖରପୁରରୁ ୮, ଜୟଦେବ ବିହାରରୁ ୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୩୪୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୨୪୪୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୮୧ ରହିଛି। ୨୫୦ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ରାଜଧାନୀ କରୋନାର ହଟ୍‌ସ୍ପଟ୍‌ ପାଲଟିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.