କରୋନା ଦହଗଞ୍ଜ ଭିତରେ ଆସିଲା ଆଶ୍ଵସ୍ତିକର ଖବର: ଲକ୍ଷେ ନିକଟତର ସୁସ୍ଥ ସଂଖ୍ୟା, ଆଜି ଆରୋଗ୍ୟ ହୋଇ ଫେରିଲେ ୩୦୩୪ ଆକ୍ରାନ୍ତ
7/09/2020 at 8:23 PM

ଭୁବନେଶ୍ଵର ୦୭।୦୯: ରାଜ୍ୟରେ ଆଉ ବନ୍ଧବାଡ ମାନୁ ନାହିଁ କରୋନା। ଅଗଷ୍ଟ ଯନ୍ତ୍ରଣାଠୁ ଟପିଗଲାଣି ସେପ୍ଟେମ୍ବରର କରୋନା ଦହଗଞ୍ଜ। ଏବେ ନିତି ଦିନ ତିନି ହଜାରରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବଡ ସଂଖ୍ୟାରେ ମଧ୍ୟ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ତଥାପି ସ୍ଥିତି ଚିନ୍ତାଜନକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦୩୪ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ଲକ୍ଷେ ନିକଟତର ହୋଇ ୯୯,୩୯୮ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୋମବାର ଏହି ସୂଚନା ଦିଆଯାଇଛି।
Another 3034 #COVID19 patients have recovered and are being discharged on 07.09.2020
— H & FW Dept Odisha (@HFWOdisha) September 7, 2020
892 from Khordha
242 from Mayurbhanj
168 from Bargarh
154 from Ganjam
150 from Cuttack
139 from Rayagada
97 from Baleswar
97 from Sundargarh
95 from Keonjhar
83 from Sambalpur
80 from Kendrapara
ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ରୋଗୀ ସୁସ୍ଥତା ଲାଭ କରିଛନ୍ତି। ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୨୪୨, ବରଗଡରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡାରୁ ୧୩୯, ବାଲେଶ୍ଵରରୁ ୯୭, ସୁନ୍ଦରଗଡରୁ ୯୭, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡାରୁ ୮୦ ଜଣ ଆରୋଗ୍ୟଲାଭ କରିଛନ୍ତି।
79 from Jajapur
— H & FW Dept Odisha (@HFWOdisha) September 7, 2020
79 from Koraput
70 from Jharsuguda
68 from Malkangiri
58 from Puri
57 from Jagatsinghpur
56 from Dhenkanal
49 from Anugul
46 from Bolangir
42 from Bhadrak
40 from Kandhamal
40 from Sonepur
35 from Nabarangpur
31 from Nayagarh
26 from Gajapati
23 from Kalahandi
ସେହି ପରି ଯାଜପୁର ଜିଲ୍ଲାରୁ ୭୯, କୋରାପୁଟରୁ ୭୯, ଝାରସୁଗୁଡାରୁ ୭୦, ମାଲକାନଗିରିରୁ ୬୮, ପୁରୀରୁ ୫୮, ଜଗତସିଂହପୁରରୁ ୫୭, ଢେଙ୍କାନାଳରୁ ୫୬, ଅନୁଗୁଳରୁ ୪୯, ବଲାଙ୍ଗିରରୁ ୪୬, ଭଦ୍ରକରୁ ୪୨, କନ୍ଧମାଳରୁ ୪୦, ସୋନପୁରରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡରୁ ୩୧, ଗଜପତିରୁ ୨୬, କଳାହାଣ୍ଡିରୁ ୨୩, ବୌଦ୍ଧରୁ ୨୧, ନୂଆପଡାରୁ ୧୨ ଓ ଦେବଗଡରୁ ୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।
21 from Boudh
— H & FW Dept Odisha (@HFWOdisha) September 7, 2020
12 from Nuapada
5 from Deogarh
The total recovered cases of Odisha now stand at 99398
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଛି। ସେହିପରି ଏହି ସମୟରେ ୧୦ ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ଘଟିଛି। ଆଜିର ୩୦୩୪ ଆରୋଗ୍ୟପରେ ରାଜ୍ୟରେ ସୁସ୍ଥ ସଂଖ୍ୟା ୯୯,୩୯୮କୁ ବୃଦ୍ଧି ଘଟିଛି।