କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଗତ ୨୪ଘଣ୍ଟାରେ ଦେଶରେ ୩୦୨୫୪ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟାରେ ସାମାନ୍ୟ  ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୩୦୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶନିବାର ଦିନ ୩୦୦୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହିପରି ଭାବରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର୍‌ ହୋଇଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୩ଲକ୍ଷ ପାର୍‌ ହୋଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୩୦୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୧ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୫୭,୦୨୯ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ପ୍ରାଣ ହରାଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୩,୦୧୯ରେ ପହଞ୍ଚିଛି ।  ସେପଟେ ଗତ ୨୪ଘଣ୍ଟାରେ ଦେଶରେ ୩୩,୧୩୬ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ଦେଶରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୩,୫୭,୪୬୪ରେ ପହଞ୍ଚିଛି ।

wp:html /wp:html

ଦେଶରେ କରୋନାର ଆକ୍ଟିଭ୍ କେସ୍‌ ଲଗାତର ଭାବେ ୪ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩,୫୬,୫୪୬ରେ ରହିଛି । ଦେଶରେ ଆକ୍ଟିଭ୍‌ କେସ୍‌ ଓ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାର୍ଥକ୍ୟ ଲଗାତର ଭାବେ ବୃଦ୍ଧି ପାଇବାରେ ଲଗିଛି । ତେବେ ଏହି ସବୁ ତଥ୍ୟରୁ  ସଙ୍କେତ ମିଳୁଛି ଯେ, ଦେଶରେ କରୋନା ବିରୋଧରେ ଲଢେଇରେ ଭାରତ ଜିତୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.