ସରିଲା ଜେଇଇ ଆଡଭାନ୍ସ ପରୀକ୍ଷା: ରାଜ୍ୟରୁ ପରୀକ୍ଷା ଦେଲେ ୩୦୧୬୧, ଜୁନ ୧୪ରେ ପ୍ରକାଶ ପାଇବ ରାଙ୍କ

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର୨୭|୫: ଆଇଆଇଟି ରେ ନାମ ଲେଖାଇବାକୁ  ଅନୁଷ୍ଠିତ ହୋଇଛି  ସର୍ବଭାରତୀୟ ଜେଇଇ ଆଡଭାନ୍ସଡ ପରୀକ୍ଷା। ଆଜି ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇଥିବା​​‌ବେଳେ  ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ   ୪ଟା  ପର୍ଯ୍ୟନ୍ତ   ଅନୁଷ୍ଠିତ ହୋଇଥିଲା। ।

{"id":116674}

ଆଇଆଇଟିଆନ ହେବାକୁ କାହାର ବା ଇଛା ନାହିଁ।  ଦେଶର   ବିଭିନ୍ନ  ସ୍ଥାନରେ ଥିବା  ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ବା  ଆଇଆଇଟିରେ ନାମ ଲେଖାଇବାକୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଛି ଜେଇଇ ଆଡଭାନସ  ପ୍ରବେଶିକା ପରୀକ୍ଷା। ଜେଇଇ ମେନ ପରୀକ୍ଷାରେ ଶ୍ରେଷ୍ଠ  ର୍ୟାଙ୍କ ରଖି   ଜେଇଇ ଆଡଭାନ୍ସ  ପାଇଁ  ଯୋଗ୍ୟ ବିଚେଚିତ ହୋଇଥିବା ପରିକ୍ଷାର୍ଥୀମାନେ ଦେଶରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ  କମ୍ପ୍ୟୁଟର ବେସଡ ପରୀକ୍ଷା ଦେଇଛନ୍ତି।

{"id":116675}

ସାରା ଦେଶରେ ଏକ ଲକ୍ଷ ୭୬ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ  ଓଡିଶାରୁ    ତିନି ହଜାର ୧୬୧ ଛାତ୍ର ଛାତ୍ରୀ  ପରୀକ୍ଷା ଦେଇଛନ୍ତି।  ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, କଟକ ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜେଇଇ ଆଡଭାନ୍ସଡରେ କୃତକାର୍ଯ୍ୟ ହେଲେ ଧାନବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ ସମେତ ଦେଶର ସମସ୍ତ ଆଇଆଇଟି ପ୍ରତିଷ୍ଠାନରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ସୁଯୋଗ ପାଇ ପାରିବେ।

{"id":116676}

ଚଳିତ ବର୍ଷ  ଆଇଆଇଟି ରୁରକି ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରୁଛି। । ​‌  ରାଜ୍ୟରେ  ଲାଗି ରହିଥିବା ପ୍ରବଳଗ୍ରୀଷ୍ମ ଲହରିକୁ ଖାତିର ନ କରି  ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରିକ୍ଷାର୍ଥୀଙ୍କ ଭିଡ ଲାଗିଥିଲା। ସେପଟେ ଭଲ ର୍ୟାଙ୍କ ପାଇବା ନେଇ ବେଶ ଆଶାବାଦୀ ଉଭୟ ପରିକ୍ଷାର୍ଥୀ ଓ ଅଭିଭାବକ।

{"id":116678}

ଫୋନି ବାତ୍ୟା ଯୋଗୁଁ  ଓଡିଶାର ପରିକ୍ଷାର୍ଥୀଙ୍କ ପାଇଁ  ମେ ୧୪ ପର୍ଯ୍ୟନ୍ତ ପଂଜିକରଣ ଅବଧି ବଢାଯାଇଥିଲା । ଆସନ୍ତା ଜୁନ  ୧୪ ତାରିଖରେ ଜେଇଇ ଆଡଭାନସ  ର୍ୟାଙ୍କ ପ୍ରକାଶ ପାଇବ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.