Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଏଭରେଷ୍ଟ ଚଢ଼ିବା ହେଲା ମନା : ବେରୋଜଗାର ହେଲେ ୩୦୦୦ରୁ ଉର୍ଦ୍ଧ୍ବ ପର୍ବତାରୋହୀ ,ନେପାଳକୁ ୯୦୦୦କୋଟି ଟଙ୍କାର କ୍ଷତି

16/04/2020 at 11:56 AM

କାଠମାଣ୍ଡୁ ୧୬/୪: ମାର୍ଚ୍ଚ ୨୪ତାରିଖରେ କାଠମାଣ୍ଡୁରୁ ଏଭରେଷ୍ଟ ବେସ୍ କ୍ୟାମ୍ପ ପାଇଁ ଲୁମ୍ବା ଯାଉଥିବା ଉଡ଼ାଣ ପୂରାପୂରି ବନ୍ଦ କରି ଦିଆଯାଇଥିଲା। ଏହି ଦିନ ଏଭରେଷ୍ଟରେ ପର୍ବତ ଆରୋହଣର ସିଜନ୍ ଆରମ୍ଭ ହେବାର ଥିଲା। ୧-୨ଦିନରେ ହିଁ ସରକାର ଅନୁମତି ଦେବା ଆରମ୍ଭ କରିବାର ଥିଲା।

୩ସପ୍ତାହ ପାଇଁ ନେପାଳରେ ଲକଡାଉନର ଘୋଷଣା ହୋଇଥିଲା ଏବଂ ପର୍ବତ ଆରୋହଣ ଉପରେ ରୋକ ଲଗା ଦିଆଯାଇଥିଲା। ଏଥିରେ ଏଭରେଷ୍ଟ ମଧ୍ୟ ସାମିଲ ଥିଲା। ନେପାଳରେ ଏପରି ପ୍ରଥମ ଥର ହୋଇଥିଲା। ଏପରି ପ୍ରଥମ ଥର ହୋଇଛି ଯେତେବେଳେ ନେପାଳରେ ଜଣେ ବି ବିଦେଶୀ ନାହାନ୍ତି। ଭୂମିକମ୍ପ ସମୟରେ ମଧ୍ୟ ବିଦେଶୀ ଥିଲେ। ଅନେକ ବିଦେଶୀ ଏବଂ ଏନଜିଓ ଏଠାରେ ରିହାବିଲିଟେସନରେ ସାହାଯ୍ୟ କରିବାକୁ ଆସିଥିଲେ।

ଏଭରେଷ୍ଟ୍ ବେସ୍ କ୍ୟାମ୍ପ୍ ପୂରା ଖାଲି ପଡ଼ିଛି। ଏବର୍ଷ ସିଜନ୍ ଆରମ୍ଭ ହୋଇପାରିନାହିଁ। ଗତ ବର୍ଷ ମେ ଶେଷରେ ସିଜନ୍ ସରିବା ପରେ ପର୍ବତ ଚଢ଼ାଳି, ପର୍ବତ ଆରୋହଣକାରୀ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ଫେରି ସାରିଥିଲେ। ଜୁନରେ ବସନ୍ତ ଋତୁ ସରିବା ପରେ ବରଫ ତରଳିବାକୁ ଲାଗିଥାଏ ଯାହା ଦ୍ବାରା ଏହି ଖସଡ଼ା ରାସ୍ତାରେ ଚଢ଼ିବା ବିପଦଜନକ ହୋଇଥାଏ।

ଏଠାରେ ସରକାର ପର୍ବତ ଆରୋହଣ ପାଇଁ ୭୫ଦିନର ଅନୁମତି ଦେଇଥାଏ। ନେପାଳ ସରକାରକୁ ଭିନ୍ନ ଭିନ୍ନ ପର୍ବତରେ ଆରୋହଣ ପାଇଁ ପ୍ରତିବର୍ଷ ନିଜ ଜିଡିପିର ୪% ରେଭେନ୍ୟୁ ମିଳିଥାଏ। ଏବର୍ଷ ୨ମିଲିୟନ୍ ଅର୍ଥାତ୍ ପାଖାପାଖି ୨୦ଲକ୍ଷ ପର୍ଯ୍ୟଟକ ଆସିବାର ସରକାରୀ ଟାର୍ଗେଟ୍ ଥିଲା।

ଆଶଙ୍କା କରାଯାଉଛି ଯେ କରୋନା ଯୋଗୁଁ ଟୁରିଜମକୁ ୧୫୦ବିଲିୟନ୍ ନେପାଳୀ ଟଙ୍କା, ଅର୍ଥାତ୍ ୯୦୦୦କୋଟି ଭାରତୀୟ ଟଙ୍କାର କ୍ଷତି ହୋଇଛି। ଯେଉଁଥିରେ ଏୟାରଲାଇନ୍,ହୋଟେଲ୍,ଟ୍ରାଭେଲ୍,ଟ୍ରାକିଂ, ଏକ୍ସପିଡିସନ୍ ଏବଂ ଖାଦ୍ୟପେୟ ସବୁ ସାମିଳ ରହିଛି। କେବଳ ଏତିକି ନୁହେଁ ଲକଡାଉନ୍ ଯୋଗୁଁ ୧୧ଲକ୍ଷ ଲୋକଙ୍କ ଚାକିରୀ ହରାଇବା ସମ୍ଭାବନା ରହିଛି।

ଏମାନଙ୍କ ମଧ୍ୟରେ ପର୍ବତାରୋହରଣକାରୀ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ବର୍ଷ ସାରା ୭୫ଦିନ ଅପେକ୍ଷା କରିଥାଆନ୍ତି ଯେତେବେଳେ ସେମାନେ ଗାଇଡ ଭାବେ ବିଦେଶୀଙ୍କ ସହ ଏଭରେଷ୍ଟ ଚଢ଼ିଥାଆନ୍ତି ଏବଂ ବର୍ଷ ପାଇଁ ଟଙ୍କା ଜୁଟାଇଥାଆନ୍ତି। ଏଥିପାଇଁ ପ୍ରାୟ ୩୦୦୦ରୁ ଅଧିକ ପର୍ବତାରୋହରଣକାରୀ ବେକାର ହୋଇଯାଇଛନ୍ତି।

   Related Posts