ମନ୍ଦିର ଖୋଲିଲା ଭୋଗ ହେଲା ୩ ଶହ କ୍ବିଣ୍ଟାଲ ସେଓ, ତା’ପରେ କୋଭିଡ ଆକ୍ରାନ୍ତକୁ ବାଣ୍ଟିଲେ

Published By : Prameya-News7 Bureau | October 14, 2020 IST

ଅହମଦାବାଦ ୧୪/୧୦: ଅହମଦାବାଦର ଶ୍ରୀ ସ୍ବାମୀ ନାରାୟଣ ମନ୍ଦିର ଦୀର୍ଘ ସାତ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ତେବେ ମନ୍ଦିର ଖୋଲିବା ପରେ ଆଜି ୩ ଶହ କ୍ବିଣ୍ଟାଲ ସେଓ ଠାକୁରଙ୍କ  ପାଖରେ ଭୋଗ ଲାଗି ହୋଇଛି। ନାଲି ତଥର ସବୁଜ ରଙ୍ଗ ସେଓ ଭଗବାନଙ୍କୁ ଅର୍ପଣ କରାଯାଇଛି। ଏତେ ସଂଖ୍ୟକ ସେଓକୁ ମନ୍ଦିର ଚଟାଣରେ ଧାଡି କରି ସୁସଜ୍ଜିତ ଭାବେ ରଖାଯାଇଛି।

ତେବେ ଶ୍ରଦ୍ଧାଳୁଙ୍କ ପାଇଁ ସାତ ମାସ ପରେ ନବରାତ୍ରୀ ପାଇଁ ମନ୍ଦିରକୁ ଖୋଲା ଯାଇଛି। ଏହି ସ୍ଥାନ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟ। ମାର୍ଚ ମାସରୁ ଦେଶବ୍ୟାପି ଲାଗୁ ହୋଇଥିବା ଲକଡାଉନ ପରଠୁ ମନ୍ଦିର ବନ୍ଦ ଥିଲା। ଠାକୁରଙ୍କ ପାଖରେ ଭୋଗ ଲାଗି ହେବା ପରେ ଏହି ସେଓ ଭୋଗକୁ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ  ବାଣ୍ଟି ଦିଆଯାଇଛି। କେବଳ କରୋନା ରୋଗୀ ନୁହନ୍ତି ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

{"id":344333,"sizeSlug":"large"}

ନଅ ଦିନ ବ୍ୟାପି ଚାଲିବାକୁ ଥିବା ନବରାତ୍ରୀ ପାଇଁ ଗୁଜୁରାଟର ଅନେକ ମନ୍ଦିରକୁ ଖୋଲି ଦିଆଯାଇଛି। ତେବେ ରାଜ୍ୟ ସରକାର ଏ ନେଇ କଡ଼ା ନିୟମ ଲାଗୁ କରିଛନ୍ତି। ବିଶେଷକରି ଭକ୍ତମାନେ କିଭଳି ସାମାଜିକ ଦୂରତ୍ବ ରକ୍ଷା କରିବେ ତା’ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଆଜି ଯେମିତି ସେଓ ଭୋଗ ହୋଇଛି ଠିକ୍ ସେମିତି ଅଗଷ୍ଟ ୫ରେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନରେ ୧.୨୫ ଲକ୍ଷ ଲଡୁ ବଣ୍ଟନ ହୋଇଥିଲା। ଏହି ମିଠା ପାଟନାର ମହାବୀର ମନ୍ଦିର ଟ୍ରଷ୍ଟ ଦେଇଥିଲା। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କେବଳ ସେଥିରୁ ୫୧ ହଜାର ଲଡୁ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.