Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା : ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ

2/03/2020 at 9:24 AM

ନୂଆଦିଲ୍ଲୀ ୨/୩:  ହଜାର ଟପିଲା କରୋନା ଭାଇରସ୍ ଜନିତ ମୃତ୍ୟୁସଂଖ୍ୟା । ସାରା ବିଶ୍ୱରେ ୩୦୫୧ଜଣଙ୍କ ମୃତ୍ୟୁ ହେଲାଣି । ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ ଥିବା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ବିଭାଗ । ଏହାକୁ ସବୁଠାରୁ ବଡ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲା WHO ।ବିଶ୍ବବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ପଶ୍ଚିମ ଏସିଆ ଏବଂ ୟୁରୋପ ଦେଇ ଏବେ ଆମେରିକାରେ ପହଞ୍ଚିସାରିଲାଣି । ଆମେରିକାରେ ଏହି ଭୂତାଣୁ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଏବଂ ଅନେକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ସତର୍କତା ଅବଲମ୍ବନ କରାଯାଇଛି ।

ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଥିବା ବେଳେ ବିଶ୍ବବ୍ୟାପୀ ପ୍ରାୟ ୮୮ ହଜାର ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚୀନ୍ ରେ ଗତକାଲି ୬ ଶହ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଇରାନ୍ ରେ କରୋନାକୁ ନେଇ ଉଦବେଗ ଜନକ ସ୍ଥିତି ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଛି । ଚୀନରେ ନାଗରିକମାନଙ୍କୁ କେବଳ ଅତି ଜରୁରୀ କାମରେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ କୋରିଆର ସ୍ଥିତି ମଧ୍ୟ ସାଂଘାତିକ ରହିଛି ।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୭୩୬ରେ ପହଞ୍ଚିଛି । ଭାରତ, ଆମେରିକା ଏବଂ ବ୍ରିଟେନ୍  ସମେତ ବିଭିନ୍ନ ରାଷ୍ଟ୍ର ଏବେ ଯାତ୍ରା କଟକଣାକୁ କଡ଼ାକଡ଼ି କରିଛନ୍ତି । ଚୀନ୍, ଦକ୍ଷିଣ କୋରିଆ ଏବଂ ଇରାନ୍  ଯାତ୍ରାରୁ ଫେରିଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ଏବଂ ବିମାନ ବନ୍ଦରଗୁଡ଼ିକରେ ବ୍ୟାପକ ଯାଞ୍ଚ ବ୍ୟବସ୍ଥା ହୋଇଛି ।

   Related Posts