Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଫୋନି ଦାଉରୁ ରକ୍ଷା ପାଇଯାଇଥିବା ୩ଶହ ବର୍ଷର ବରଗଛ ବର୍ତ୍ତିପାରିଲାନି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ କବଳରୁ

6/06/2019 at 2:52 PM

ବାଲିପାଟଣା ୬|୬: ଗତକାଲି ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି  । ଫୋନି ମାଡରେ ଭାଙ୍ଗିପଡିଥିବା ସବୁଜ ବନାନିକୁ ସଜାଡିବା ପାଇଁ ସରକାର କେତେ ଯୋଜନା କରୁଛନ୍ତି  ।  ବାତ୍ୟା ଫୋନି ବାଲିପାଟଣାର ସବୁଜ ବନାନିର ନସ୍କା ବଦଳାଇ ଦେଇଛି  । ଫୋନି ମାଡରେ ଧରାଶାୟୀ ହୋଇଯାଇଛି ବାଲିପାଟଣା ଅଂଚଳର ଅନେକ ଗଛ  । ବାଲିପାଟଣା ଯେପରି ଶ୍ମଶାନ ସଦୃଶ୍ୟ ଦେଖାଯାଉଛି  । ଅତ୍ୟଧିକ ଗଛ ଭାଙ୍ଗିବା ଦ୍ବାରା ତାପମାତ୍ରା ବୃଦ୍ଧି ପାଉଛି  । ସରକାର ବୃକ୍ଷରୋପଣ କଥା ଚିନ୍ତା କରୁଥିବା ବେଳେ କେତେକ ସ୍ବାର୍ଥବାଦୀ ବ୍ୟକ୍ତି ଭଲ ଗଛ କାଟିଦେଉଛନ୍ତି  ।  କିଛି ଗଛ ଫୋନି ମାଡ ପରେ ମଧ୍ୟ ଠିଆ ହୋଇଥିଲେ  । ୩୦୦ ବର୍ଷର ବର ଗଛଟିଏ ଫୋନି ମାଡ ପରେ ଠିଆ ହୋଇଥିଲା ଏବଂ କିଛିଦିନ ପରେ ନୂଆ ପତ୍ର ମଧ୍ୟ କଅଁଳିଥିଲା । ଫୋନିର କରାଳ ଗ୍ରାସରୁ ସିନା ବଂଚିଯାଇଥିଲେ ମାତ୍ର କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଯୋଗୁଁ ବର୍ତ୍ତିପାରିଲା ନାହିଁ  । ଗଛକୁ ଲାଗିଥିବା ଜମିର ମାଲିକ ଗଛକୁ ଜେସିବି ଲୋଡର ଲଗାଇ ତାଡିଦେଲେ ଏବଂ କରତରେ କାଟି ଟିକ୍ ଟିକ୍ କରିଦେଲେ  । ଯାହାକୁ ନିନ୍ଦା କରିଛନ୍ତି ବରିଷ୍ଠ ନାଗରିକ ଏବଂ ସ୍ବେଚ୍ଛାସେବୀ  । ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଦାବି ହୋଇଛି  ।

   Related Posts