Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିଏସ୍‌ଏଫ୍‌ ଆଇଜିଙ୍କ ବିସ୍ଫୋରକ ସୂଚନା, ‘ପାକିସ୍ତାନର ପ୍ରତି ଲଞ୍ଚିଂ ପ୍ୟାଡ୍‌ରେ ଅଛନ୍ତି ୩୦୦ ଆତଙ୍କବାଦୀ’

16/11/2020 at 8:11 PM

ଶ୍ରୀନଗର ୧୬/୧୧: ଏଲ୍‌ଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ନଭେମ୍ବର ୧୩ରେ ପାକ୍‌ ସେନାର ଗୁଳି ମାଡ଼ରେ ୩ ବିଏସ୍‌ଏଫ ଯବାନ ସହିଦ ହୋଇଥିଲେ। ପରେ ଭାରତୀୟ ସେନା ଦେଇଥିଲା ମୋହଁତୋଡ଼ ଜବାବ। ଫଳରେ ୮ ପାକ୍‌ ସେନା ନିହତ ହୋଇଥିଲେ। ତେବେ ପାକିସ୍ତାନରର ଅସ୍ତ୍ର ବିରତି ଉଲ୍ଲଂଘନକୁ ନେଇ ବିଏସ୍‌ଏଫ୍‌ ଆଇଜି ଜେନେରାଲ୍‌ ରାଜେଶ ମିଶ୍ର ବିସ୍ଫୋରକ ତଥ୍ୟ ଦେଇଛନ୍ତି।

ସୀମାରେ ପାକିସ୍ତାନର ପ୍ରତି ଲଞ୍ଚିଂ ପ୍ୟାଡରେ ୨୫୦-୩୦୦ ଆତଙ୍କବାଦୀ ରହିଛନ୍ତି। ସେମାନେ ବାରମ୍ବାର ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୀମାରେ ସଜାଗ ଆମ ସେନା ଏହାକୁ ବିଫଳ କରୁଥିବା ଜେନେରାଲ୍‌ ମିଶ୍ର କହିଛନ୍ତି। ନିକଟରେ ପାକ୍‌ ସେନା ଦ୍ବାରା କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଦ୍ବାରା ବହୁ ନାଗରିକଙ୍କ ସମ୍ପତ୍ତି ହାନି ହୋଇଛି। ଏନେଇ ମାନବାଧିକାର କ୍ଷୂର୍ଣ୍ଣ ନେଇ ସ୍ବର ଉଠିବା ଦରକାର ବୋଲି ଆଇଜି ଜେନେରାଲ୍‌ ମିଶ୍ର କହିଛନ୍ତି।

ନଭେମ୍ବର ୧୩ରେ ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ୩ ଯବାନ ସହିଦ ହୋଇଥିଲେ। ଦଇ ଜଣ ଯବାନ ଉରି ସେକ୍ଟରରେ ପାକ୍‌ ସେନା ଗୁଳିରେ ସହିଦ ହୋଇଥିବା ବେଳେ ଜଣେ ଗୁରେଜ ସେକ୍ଟରରେ ସହିଦ ହୋଇଥିବା ଜଣାପଡ଼ିଥିଲା। ପାକ୍‌ ସେନା ସହାଯ୍ୟରେ ଆତଙ୍କବାଦୀ ଭାରତ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଏଭଳି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରି ପାକିସ୍ତାନ ସୀମାରେ ଅଶାନ୍ତି ସୃଷ୍ଟି କରିବା ସହ ନିଜ ଦେଶର ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛି।

   Related Posts