ଆଶ୍ଵସ୍ତି ! କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩୦୦ ଆକ୍ରାନ୍ତ

Published By : Prameya-News7 Bureau | April 04, 2021 IST

ଭୁବନେଶ୍ଵର ୦୪।୦୪: ଦେଶରେ ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଛି। ଦୈନିକ ଶହ ଶହ ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସୁସ୍ଥ ସଂଖ୍ୟା ମଧ୍ୟ ବଢି ଚାଲିଛି। ଏହି କ୍ରମରେ ଆଜି ରାଜ୍ୟରେ ୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୩୫କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୨ ଜଣ କରୋନାକୁ ମାତ୍ ଦେଇଛନ୍ତି। ସେହିପରି ଦ୍ଵିତୀୟରେ ଥିବା ଖୋର୍ଦ୍ଧାରୁ ୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୨୮, ବରଗଡରୁ ୨୪, ଝାରସୁଗୁଡାରୁ ୨୪, ସୁନ୍ଦରଗଡରୁ ୧୫, ବଲାଙ୍ଗୀରରୁ ୧୩, ସମ୍ବଲପୁରରୁ ୧୧, ଭଦ୍ରକରୁ ୮, ଯାଜପୁରରୁ ୮, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୮, ଗଞ୍ଜାମରୁ ୬, ପୁରୀରୁ ୬, କେନ୍ଦ୍ରାପଡାରୁ ୪, ଅନୁଗୋଳରୁ ୩, ବାଲେଶ୍ଵରରୁ ୩, କେନ୍ଦୁଝରରୁ ୩, ରାୟଗଡାରୁ ୨, ଦେବଗଡରୁ ୧, ଜଗତସିଂହପୁରରୁ ୧ ଓ ନୟାଗଡରୁ ୧ ଜଣ ସଂକ୍ରମିତ ସୁସ୍ଥ ହୋଇ  ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୨୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୮୫ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୬୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୫୯୯୨୯ ସାମ୍ପୁଲ ଟେଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.