Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଅଟାରୀ ବର୍ଡ଼ର ଦେଇ ପାକିସ୍ତାନରୁ ଭାରତ ଆସିବେ ୩୦୦ ଭାରତୀୟ

24/05/2020 at 11:45 AM

ନୂଆଦିଲ୍ଲୀ ୨୪/୦୫ : ଦେଶରେ କରୋନା ସଙ୍କଟ ମଧ୍ୟରେବନ୍ଦେ ଭାରତ ମିଶନ ମାଧ୍ୟମରେ ଦୁନିଆର ଅନେକ ଦେଶରେ ଫସି ରହିଥିବା ଭାରତୀୟ ନିଜ ନିଜ ଦେଶକୁ ଫେରୁଛନ୍ତି | ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରେ ଫସି ରହିଥିବା ୩୦୦ ଭାରତୀୟ ଦେଶକୁ ଫେରିବେ | ପାକିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ଉଚ୍ଚଆୟୋଗ ସମସ୍ତ ଔପଚାରିକତା ଆରମ୍ଭ କରିଛନ୍ତି | ପାକିସ୍ତାନରେ ଫସି ରହିଥିବା ୩୦୦ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କାଶ୍ମୀରର ଛାତ୍ରଛାତ୍ରୀ ଅଛନ୍ତି ବୋଲି ଜଣାପଡିଛି | 

ବନ୍ଦେ ଭାରତ ମିଶନ ଜରିଆରେ ଦୁନିଆର ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି | ବର୍ତ୍ତମାନ ପାକିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ମଧ୍ୟ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି | ଅଟାରୀ ସୀମା ଦେଇ ଏମାନଙ୍କୁ ଭାରତକୁ ଅଣାଯିବ ବୋଲି କୁହାଯାଉଛି |

କାଶ୍ମିରୀ ଛାତ୍ରଛାତ୍ରୀଙ୍କ ଛଡା ଗୁଜରାଟ, ପଞ୍ଜାବ ଓ ମହାରାଷ୍ଟ୍ରର ମଧ୍ୟ କିଛି ଲୋକ ପାକିସ୍ତାନରେ ଫସି ରହିଥିବା ଜଣାପଡିଛି | ସରକାରଙ୍କ ଉଦ୍ୟମ ପରେ ଏମାନଙ୍କୁ ସେଠାରୁ ଆଣିବା ବ୍ୟବସ୍ଥା କରାଯାଉଛି | 

   Related Posts