ସର୍ବ ବୃହତ ଷ୍ଟାଚ୍ୟୁ " ଷ୍ଟାଚ୍ୟୁ ଅଫ ୟୂନିଟି" ର ଆଖପାଖ ଅଂଚଳର ସୁରକ୍ଷା ପାଇଁ ସ୍ଥାନାଂତର କରାଗଲା ୩୦୦ କୁମ୍ଭୀର

Published By : Prameya-News7 Bureau | January 28, 2019 IST

ଅହମଦାବାଦ ୨୮/୧ : ବିଶ୍ୱର ସର୍ବ ବୃହତ ଷ୍ଟାଚ୍ୟୁ 'ଷ୍ଟାଚ୍ୟୁ ଅଫ ୟୂନିଟି'ର ଆଖପାଖ ଅଂଚଳରୁ ୩୦୦ରୁ ଅଧିକ କୁମ୍ଭୀରଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି | ବନ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ବିମାନ ସେବା ଆରମ୍ଭ କରିବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି | ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚ୍ୟୁକୁ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି |

{"id":78997}


ବନ ବିଭାଗ ଅଧିକାରୀ ଅନୁରାଧା ସାହୁଙ୍କ ଅନୁସାରେ, ୩ ମିଟରରୁ ଅଧିକ ଲମ୍ବା ଥିବା କୁମ୍ଭୀରଙ୍କୁ ଅଲଗା ଜାଗାକୁ ସ୍ଥାନାନ୍ତର କରାଯାଉଛି | ଏହି କୁମ୍ଭୀରଙ୍କୁ ଟ୍ରକରେ ଜନ୍ତାରେ ରଖି ଗୁଜରାଟର ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର କରାଯାଉଛି | ଏପର୍ଯ୍ୟନ୍ତ ପାଖାପାଖି ୧ ଡଜନରୁ ଅଧିକ କୁମ୍ଭୀରଙ୍କୁ ୩ ନମ୍ବର ଡାଇକରୁ ବାହାର କରି ସ୍ଥାନାନ୍ତର କରିଦିଆଯାଇଛି | ଏହି କୁମ୍ଭୀରଙ୍କୁ ଷ୍ଟାଚ୍ୟୁ ପାଖ ଅଂଚଳରୁ କାବୁ କରାଯାଇଥିଲା |

{"id":78998}


ବନ୍ୟଜନ୍ତୁ ଖବରକାଗଜର ସମ୍ପାଦକ ବିଡ୍ଡୁ ସେହଗଲ ଟ୍ୱିଟ କରି ସରକାର ଏବଂ ସ୍ଥାନୀୟ ପ୍ରଶାସନଙ୍କର ଏହି ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି | ସେ ଲେଖିଥିଲେ ଯେ, "ଆମେ କଣ ସାମୁହିକ ଭାବେ ନିଜ ମସ୍ତିସ୍କ ହରେଇ ଦେଇଛୁ ?"
ବନ୍ୟଜନ୍ତୁ ବୋର୍ଡର ସଦସ୍ୟ ପ୍ରିୟବ୍ରତ ଗଡବି କହିଛନ୍ତି ଯେ, କୁମ୍ଭୀରଙ୍କୁ ଅଲଗା ଜାଗାକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପୂର୍ବରୁ ସରକାରଙ୍କୁ ବୈଜ୍ଞାନିକ ବିଶ୍ଳେଷଣ କରିବା ଉଚିତ ଥିଲା |

{"id":78999,"width":587,"height":391}


ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମା ଭୂମିକମ୍ପରେ ମଧ୍ୟ ହଲିବନାହିଁ | ୬.୫ ତୀବ୍ରତା ଭୂମିକମ୍ପ ଏବଂ ଘଣ୍ଟା ପ୍ରତି ୧୮୦ କି:ମି ବେଗରେ ବୋହୁଥିବା ପବନର ସାମ୍ନା କରିପାରିବ ଏହି ଷ୍ଟାଚ୍ୟୁ | ଲକ୍ଷ ଲକ୍ଷ ଟନ ଲୁହା ଏବଂ ତମ୍ବାରେ ଲୌହ ପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି | ଭାରତୀୟ ଶ୍ରମିକଙ୍କ ସହ ୨୦୦ଜଣ ଚୀନ ଶ୍ରମିକ ମିଶି ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |

{"id":79000}


ସୂଚନାଯୋଗ୍ୟ ଯେ, ଗୁଜରାଟର ସରୋବର ଡ୍ୟାମ କୂଳରେ ନିର୍ମାଣ କରାଯାଇଛି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସର୍ବ ବୃହତ ପ୍ରତିମା | ୨୦୧୮ ମସିହା ଅକ୍ଟୋବର ୩୧ ତାରିଖ, ଲୌହ ମାନବ ସର୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ | ମୂର୍ତ୍ତି ନିର୍ମାଣରେ ୩୦୦୦ କୋଟି ଟଙ୍କା ବ୍ୟୟ ହୋଇଛି | ଉଚ୍ଚତା ତୁଳନାରେ ଏହି ଷ୍ଟାଚ୍ୟୁ ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିର ଦୁଇଗୁଣ | ବୋଟ ସାହାଯ୍ୟରେ ଷ୍ଟାଚ୍ୟୁ ପାଖକୁ ଯିବା ବ୍ୟବସ୍ଥା ରହିଛି | ଷ୍ଟାଚ୍ୟୁରେ ଦୁଇଟି ଲିଫ୍ଟ ମଧ୍ୟ ଲାଗିଛି | ଲିଫ୍ଟରେ ଯାଇ ପ୍ରତିମୂର୍ତ୍ତିର ଛାତି ପାଖକୁ ଯାଇ ସରୋବର ଡ୍ୟାମର ମନୋରମ ଦୃଶ୍ୟ ଦେଖିହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.