Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୦୦ ବର୍ଷ ପୁରୁଣା ଲେଙ୍ଗେଡା ଆମ୍ବ : କ’ଣ ରହିଛି ଲେଙ୍ଗେଡା ଆମ୍ବ ନାଁ ପଛର କାହାଣୀ ଆସନ୍ତୁ ଜାଣିବା

ଭୁବନେଶ୍ୱର ୨୩/୪ : ଆମ୍ବ ଖାଇବାକୁ ଭଲା କାହାକୁ ଭଲ ନ ଲାଗିଥାଏ | ଅଧିକାଂଶ ଲୋକଙ୍କ ପ୍ରିୟ ଫଳ ଆମ୍ବ | ଖରା ଦିନ ଆସିଲେ ବଜାରକୁ ବିଭିନ୍ନ ପ୍ରକାରର ଆମ୍ବ ଆସିଥାଏ | ଖରା ଦିନରେ ଆମ୍ଭ ଖାଇବା ଶରୀର ପକ୍ଷେ ମଧ୍ୟ ଲାଭଦାୟକ | ଯେତେ ପ୍ରକାର ଆମ୍ଭ ସେତେ ପ୍ରକାର ନାଁ | ଭରତରେ ପାଖାପାଖି ୨୦୦୦ ପ୍ରକାରର ଆମ୍ବ ଉତ୍ପାଦନ କରାଯାଇଥାଏ | ଆପଣ ଲେଙ୍ଗେଡା ଆମ୍ବର ନାଁ ତ ନିଶ୍ଚୟ ଶୁଣିଥିବେ | ନାଁ ଶୁଣିବା ସହ ଖାଇଥିବେ ମଧ୍ୟ | ତେବେ ଆମ୍ବର ଏହି ନାଁ ପଛର ସତ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏହା ପଛର କାହାଣୀ |


ବିଭିନ୍ନ ପ୍ରକାର ଆମ୍ବ ମଧ୍ୟରେ ଦାସହରୀ, ହାପୁଷ, କେଶର ତୋତା, ଆମ୍ରପଲ୍ଲୀ, ଚୌସା, ନିଲମ, ବାଇଗଣ ପଲି, ଲେଙ୍ଗେଡା ଆଦି ରହିଛି | ଏହି ସବୁ ଆମ୍ବର ମଜା ଆପଣ ନିଶ୍ଚୟ ନେଇଥିବେ | ଏମାନଙ୍କ ମଧ୍ୟରୁ ଲେଙ୍ଗେଡା ଆମ୍ବ ପ୍ରସିଦ୍ଧ | ଏହା ପଛରେ ରହିଛି ୩୦୦ ବର୍ଷ ପୁରୁଣା କାହାଣୀ |


ଲେଙ୍ଗେଡା ଆମ୍ବ ସବୁଠାରୁ ମିଠା ଏବଂ ବହୁତ କୋମଳ | ଏହା ହରିୟାଣା, ହିମାଚଳ ପ୍ରଦେଶ, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ବିହାର, ଗୁଜରାଟ, ପଶ୍ଚିମବଙ୍ଗ, ରାଜସ୍ଥାନରେ ଅଧିକ ମାତ୍ରାରେ ଚାଷ କରାଯାଏ |


ଲେଙ୍ଗେଡା ଆମ୍ବର କାହାଣୀ ବନାରସରୁ ଆରମ୍ଭ ହୋଇଥିଲା | ପାଖାପାଖି ୩୦୦ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ଆମ୍ବ ଖାଇ ତାର ଟାକୁଆକୁ ନିଜ ଘର ଅଗଣାରେ ପୋତି ଦେଇଥିଲେ | କିଛି ଦିନ ପରେ ସେଥିରୁ ଗଛ ହେଲା | ଧୀରେ ଧୀରେ ଗଛରେ ଫଳ ଫଳିଲା | ଯେଉଁ ବ୍ୟକ୍ତି ଏହି ଗଛ ଲଗାଇଥିଲେ ସେ ଛୋଟେଇ ଛୋଟେଇ ଚାଲୁଥିଲେ |

ଗଛର ଆମ୍ବ ଯେହେତୁ ବହୁତ ମିଠା ଥିଲା ସେହି ଗାଁର ଲୋକେ ତାଙ୍କ ଗଛ ଆମ୍ବକୁ ଲେଙ୍ଗେଡା ନାଁ ଦେଇଦେଲେ | ତାଙ୍କ ଗଛରୁ ଆମ୍ବ ନେଇ ଲୋକେ ନିଜ ନିଜ ଘରେ ଲଗାଇଥିଲେ | ଧୀରେ ଧୀରେ ଏହି ଆମ୍ବ ଲେଙ୍ଗେଡା ଆମ୍ବ ନାଁରେ ପ୍ରସିଦ୍ଧ ହୋଇଗଲା |

404 Views

   ସମ୍ବନ୍ଧିତ ଖବର