୧୬ ବର୍ଷର ନାବାଳକ ପ୍ରେମିକକୁ ନେଇ ୩୦ ବର୍ଷୀୟ ବିବାହିତ ମହିଳା ଫେରାର: ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 14, 2018 IST

ଭଦ୍ରକ ୧୪|୯: ୩୦ ବର୍ଷ ବୟସ୍କା ମହିଳା , ଗୋଟିଏ ଝିଅର ମା । ଏବେ ୧୬ ବର୍ଷ ବୟସ୍କ ନାବାଳକ ପ୍ରେମିକକୁ ଧରି ହୋଇଯାଇଛନ୍ତି ଫେରାର । ନାବାଳକର ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଦେଉନି ଗୁରୁତ୍ବ । ଏଭଳି ଏକ ଘଟଣା ଘଟିଛି ଭଦ୍ରକଜିଲ୍ଲା ବାସୁଦେବ ପୁର ଅଂଚଳରେ । ପ୍ରଶ୍ନ ଉଠୁଛି ଯଦି ଘଟଣା ଓଲଟା ହେଇଥାନ୍ତା ଅର୍ଥାତ କୌଣସି ବୟସ୍କ ଲୋକ ଯଦି କେହି ନାବାଳିକା ପ୍ରେମିକାକୁ ନେଇ ଫେରାର ହୋଇଯାଇଥାନ୍ତା ତାହେଲେ ପୋଲିସ ଆକ୍ସନ ମୁଡ୍କୁ ଆସିଯାଇଥାନ୍ତା ।କିନ୍ତୁ ଏ ଘଟଣାରେ କାହିଁକି ପୋଲିସ ଏତେ ଶିଥିଳ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଯୋଗ୍ୟ ଯେ, ନାବାଳକଙ୍କ ନାଁ ହେଉଛି ପ୍ରିତମ(ଛଦ୍ମନାମ) । ସୁଦର୍ଶନପୁର ପଞ୍ଚାୟତ ଅନ୍ତର୍ଗତ ସୁଆଁ ଗାଁର ନାରାୟଣ ନାୟକଙ୍କ ୧୬ ବର୍ଷର ପୁଅ । ସିମୁଳିଆ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ପଢୁଥିଲେ । ବାସୁଦେବପୁରର ଏକ ଘରୋଇ ମେସରେ ରହି ପାଠ ପଢୁଥିଲେ । ବାସୁଦେବପୁରଠାରୁ ୪ କିଲୋମିଟର ଦୂରରେ ଥିବା ଚୂଡାମଣି ଗାଁର ସସ୍ମିତାଙ୍କ ସହ ପ୍ରିତମଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସସ୍ମିତାଙ୍କ ବୟସ ତିରିଶ ବର୍ଷ । ସେ ବିବାହିତା । ମହିଳାଙ୍କର ସ୍ବାମୀ ଆଉ ପାଂଚ ବର୍ଷର ଗୋଟିଏ ଝିଅ ବି ଅଛି । କିନ୍ତୁ ସ୍ବାମୀଙ୍କ ସହ ମନାନ୍ତର ଯୋଗୁଁ ସେ ନିଜ ବାପଘରେ ରହୁଥିଲେ । ପ୍ରିତମଙ୍କ ସହ କିଛିଦିନ ଲୁଚାଛପାରେ ପ୍ରେମ ଚାଲିବାପରେ ୪ମାସ ତଳେ ହଠାତ ସସ୍ମିତା ପ୍ରିତମକୁ ନେଇ କୁଆଡେ ପଳାଇ ଯାଇଛନ୍ତି । । ସୋସିଆଲ ମିଡିଆରୁ ପ୍ରିତମଙ୍କ ପରିବାର ଲୋକେ ସସ୍ମିତା ଓ ପ୍ରିତମଙ୍କ କିଛି ଅନ୍ତରଂଗ ମୁହୁର୍ତ୍ତର ଫଟୋ ପାଇବାପରେ ଜଣାପଡିଥିଲା ସବୁ କଥା । [gallery ids="42619"] ଗତ ଏପ୍ରିଲ ମାସରେ ପ୍ରିତମଙ୍କ ବାପା ବାସୁଦେବପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ ମହିଳା ଜଣଙ୍କ ଅପହରଣ କରି ନେଇ ଅନୈତିକ ସଂପର୍କ ରଖିଥିବା ସେ ତାଙ୍କ ଏତାଲାରେ ଦର୍ଶ।ଇଛନ୍ତି। ତବେ ପୋଲିସ ମାମଲା ରୁଜୁ କରି ନାହିଁ , କି ମହିଳାଙ୍କ କଲ ଡିଟେଲ୍ସ ବାହାର କରୁ ନାହିଁ । ତିନି ଭଉଣୀରେ ଗୋଟିଏ ଭାଇ ହେଉଛି ପ୍ରିତମ । ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମାଆ ଓ ଭଉଣୀ ଏବେ ଶଯ୍ୟାରେ । କିଛି ଦିନ ଡାକ୍ତରଖାନାରେ ରହି ଏବେ ଘରକୁ ଫେରିଛନ୍ତି । ତବେ ପୁଅର ମୁହଁ ୪ମାସ ହେଲା ମାଆ ଦେଖି ନାହିଁ ,କି ତା କଣ୍ଠ ସ୍ବର ଟିକେ ଶୁଣି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.