ସୁଦାନରେ ସମାପ୍ତ ହେଲା ୩୦ ବର୍ଷର ଇସଲାମି ଶାସନ, ଏବେ ହେବ ଗଣତାନ୍ତ୍ରିକ ରାଷ୍ଟ୍ର

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: ସୁଦାନର ସରକାର ଉତ୍ତର ଆଫ୍ରିକା ରାଷ୍ଟ୍ରରେ  ୩୦ ବର୍ଷର ଇସଲାମି ଶାସନକୁ ସମାପ୍ତ କରି ଧର୍ମକୁ ଅଲଗା କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି। ସୁଦାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ହମଦୋକ ଓ ସୁଡାନ ପିପୁଲ୍ସ ଲିବେରେସନ ମୁଭମେଣ୍ଟ ନର୍ଥ ବିଦ୍ରୋହୀ ଗୋଷ୍ଠୀର ନେତା ଅବଦୁଲ-ଅଜିଜ ଅଲ ହିଲୁ ଘୋଷଣା ପତ୍ରରେ ହସ୍ତାକ୍ଷର କରିଛନ୍ତି। ଗୁରୁବାର ଇଥିଓପିଆ ରାଜଧାନୀ ଅଦିସ ଅବାବାରେ ଏହି ସିଦ୍ଧାନ୍ତକୁ ଆପଣେଇବା ପାଇଁ ଏହି ଦୁଇ ବ୍ୟକ୍ତି ଏହି ଘୋଷଣା ପତ୍ରରେ ହସ୍ତାକ୍ଷର କରିଛନ୍ତି।

ଘୋଷଣା ପତ୍ରରେ ଲେଖା ହୋଇଛି ସୁଦାନ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଉଛି। ଏଠାରେ ଏବେ ସମସ୍ତ ନାଗରିକଙ୍କ ଅଧିକାର ରହିବ। ଏଠାରେ ସମ୍ବିଧାନ ଧର୍ମ ଓ ରାଜ୍ୟର ବିଭକ୍ତିକରଣର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ୍। ବ୍ୟକ୍ତିର ଆତ୍ମନିର୍ଣ୍ଣୟ ଅଧିକାରର ସମ୍ମାନ କରିବା ଉଚିତ୍। ସରକାରଙ୍କ ପକ୍ଷରୁ ବିଦ୍ରୋହୀ ଶକ୍ତି ସହିତ ରାଜିନାମା ଆରମ୍ଭ କରାଯିବା ପରେ ଗୋଟିଏ ସପ୍ତାହ ଭିତରେ ଏହି ରାଜିନାମା ଚୂଡାନ୍ତ ହୋଇଛି।  ଏଥିରେ ଦାଫୁର ଓ ସୁଦାନର ଅନ୍ୟ ଭାଗରେ ବେଦଖଲ କରାଯାଇଥିବା ଏକଛତ୍ରବାଦ ଉମର ଅଲ ବସିରଙ୍କ ସହ ଲଢେଇ କରିବାର ପଥ ବନ୍ଦ ହୋଇଛି।

{"id":326451,"sizeSlug":"large"}

ଉଲ୍ଲେଖଯୋଗ୍ୟ, ସୁଦାନ ପିପୁଲ୍ସ ଲିବେରେସନ ମୁଭମେଣ୍ଟ-ନର୍ଥର ଦୁଇ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଘୋଷଣା ପତ୍ରରେ ହସ୍ତାକ୍ଷର କରିବାକୁ ମନା କରି ଦେଇଥିଲା। ଏହା ପରଠୁ ୧୯୮୯ରେ ବସିରଙ୍କ ପକ୍ଷରୁ କ୍ଷମତା ଉପରେ କବ୍‌ଜା କରିବା ପରେ ସୁଦାନକୁ ଅନ୍ତରାଷ୍ଟ୍ରୀୟ କଟକଣା ସହ ସଂଘର୍ଷ କରିବାକୁ ପଡିଥିଲା। ଏବେ ଏହି ଦେଶ ଧିରେ ଧିରେ ଗଣନ୍ତ୍ରାତିକ ଦେଶରେ ପରିଣତ ହେବା ଦିଗରେ ଗତି କରୁଛି।

ବସିତଙ୍କ ସମୟରେ ଅଲକାଏଦା ଓ କାର୍ଲୋସ୍‌ ସୁଦାନକୁ ପେଣ୍ଠସ୍ଥଳୀ କରି ଦେଇଥିଲେ। ଆମେରିକା ୧୯୯୩ରେ ସୁଦାନକୁ ଆତଙ୍କବାଦୀ ପ୍ରାୟୋଜକ ଘୋଷିତ କରିଥିଲା ଏବଂ ପରେ ୨୦୧୭ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.