Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପିଶାଚ ପାଲିଟି ଗଲା ଯୁବକ, ଖେଳୁଥିବା ସମୟରେ ଗୋଡ଼ ବାନ୍ଧି ୭ ବର୍ଷର ଝିଅକୁ କଲା ଦୁଷ୍କର୍ମ

24/04/2021 at 10:58 PM

ବାରିପଦା, ୨୪/୦୪ : ସଭ୍ୟ ସମାଜରେ ମଣିଷ ଦିନକୁ ଦିନ ଅସଭ୍ୟ ଅତ୍ୟାଚାରୀ ହିଂସ୍ର ହେବାରେ ଲାଗିଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ  ତିଳଯୋଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି । ୭ବର୍ଷର ନାବାଳିକାଙ୍କୁ ୩୦ ବର୍ଷର ଯୁବକ ଅମାନୁଷିକ ଭାବରେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ନାବାଳିକା ଜଣକ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଅଭିଯୁକ୍ତ ସୁଲତାନ ଦାସ ଓରଫ ବାପୁନ ପହଂଚି ନବାଳିକାର ଗୋଡକୁ ପିନ୍ଧା ଲୁଗାରେ ବାନ୍ଧି ଦୁଷ୍କର୍ମ କରିଥିଲା । ପାଖରେ ଥିବା କୁନି କୁନି ପିଲା ବିରୋଧ କରିବାରୁ ଧମକ ଚମକ ଦେବା ସହିତ ମାରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ।

ତେବେ ନାବାଳିକା ଗୁରୁତର ହୋଇଯିବାରୁ ଘଟଣା ସ୍ଥଳରେ ଛାଡି ପଳାଇଥିଲା ଅଭିଯୁକ୍ତ । ପରେ ଘରଲୋକ ଉଦ୍ଧାର କରି କୋଷ୍ଠl ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ସ୍ଥିତି ସଙ୍କଟପନ୍ନ ହେବାରୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଶୁଳିଆପଦା ଥାନା ଅଧିକାରୀଣି ମିନି ଭୋଇ ନିଜଆଡୁ ତଦନ୍ତ ଆରମ୍ଭ କରିଥିଲେ । ସଙ୍ଗେସଙ୍ଗେ ଅଭିଯୁକ୍ତକୁ ଗିରଫ କରି ତାର ଡାକ୍ତର ମାଇନା କରାଯାଇଛି । ଏନେଇ ଶୁଳିଆପଦା ଥାନାରେ କେଶ ନଂ ୬୯/୨୧ ରେ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାରିପଦା ସଦର ଏସ.ଡି.ପି.ଓ ।

   Related Posts