Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ପର୍ତ୍ତୁଗାଲରେ ଫେବୃଆରୀ ମାସରୁ ନିଖୋଜ ୩୦ ବର୍ଷୀୟ ଓଡିଆ ଯୁବତୀ, ଚିନ୍ତାରେ ପରିବାର

10/06/2020 at 10:08 PM

ଭୁବନେଶ୍ଵର ୧୦।୦୬: କଟକର ଜଣେ ୩୦ ବର୍ଷୀୟ ଯୁବତୀ ଚଳିତ ବର୍ଷ ଫେବୃଆରୀ ମାସରୁ ପର୍ତ୍ତୁଗାଲରେ ନିଖୋଜ ହୋଇ ଯାଇଛନ୍ତି। ଯୁବତୀ ଜଣକ ପୁରୀଘାଟ ପୋଲିସ ସୀମା ଅନ୍ତର୍ଗତ ଉପରା ଟେଲିଙ୍ଗା ବଜାରର ବାସିନ୍ଦା। ଯୁବତୀ ଜଣକ ସ୍ପେନର ବାର୍ସେଲୋନା ବିଶ୍ଵ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଦୂରସଞ୍ଚାରରେ ମାଷ୍ଟର କୋର୍ସରେ ଅଧ୍ୟୟନ କରୁଥିଲେ। ଝିଅର କୌଣସି ଖୋଜ୍ ଖବର ନମିଳିବାର ଚିନ୍ତାରେ ପରିବାର।

ଯୁବତୀଙ୍କ ନାଁ ରଶ୍ମି ରାଉତରାୟ। ସେ ଶେଷ ଥର ଫେବୃଆରୀ ମାସରେ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଗତ ଫେବୃଆରୀ ୨୬ରେ ଝିଅ ସହ ଶେଷ ଥର କଥା ହୋଇଥିଲୁ। ଏହା ପରଠୁ ଝିଅର ମୋବାଇଲ ସୁଇଚ୍‌ ଅଫ ରହିଛି। ମୁଁ ତା ଝିଅ ସାଙ୍ଗଙ୍କୁ ପର୍ତ୍ତୁଗାଲ ଯାଇଥିବା ଏବଂ ଏହି ବିଷୟରେ ପଚାରି ବୁଝି କହିବାକୁ କହିଥିଲି ବୋଲି ପିତା ରାଜ କିଶୋର ରାଉତରାୟ କହିଛନ୍ତି।

ଯୁବତୀଙ୍କ ପିତା ଝିଅ ନିଖୋଜ ହେବା ନେଇ ଥାନାରେ ଏଫଆଇଆର ଦେଇଛନ୍ତି। ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଆମେ ପର୍ତ୍ତୁଗାଲରେ ଅବସ୍ଥାପିତ ଭାରତୀୟ ଦୂତବାସକୁ ଇମେଲ୍ କରି ଝିଅର ଠିକଣା ବିଷୟରେ ସନ୍ଧାନ କରିବାକୁ କହିଛୁ।

   Related Posts