ବ୍ରଜରାଜନଗର୮/୫: ପେଟପାଟଣା ପାଇଁ ଲୋକେ ନିଜ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଆସନ୍ତି।କୁଟୁମ୍ବ ଚଳାଇବାକୁ ଦୁଇ ପଇସା ରୋଜଗାର କରି ଲହୁ ଲୁହ ଏକ କରି ଖଟି ଖଟି ନୟାନ୍ତ ହେଉଛନ୍ତି।ଏତିକିବେଳେ କରୋନା ଭୟ ଓ ଲକଡାଉନ୍ର ସ୍ଥିତି ଯୋଗୁଁ ଚାରିଆଡେ କାମ ବନ୍ଦ, ରୋଜଗାର ମଧ୍ୟ ବନ୍ଦ। ମନେ ପଡୁଛି ପିଲା ଛୁଆଙ୍କ କଥା ।କିପରି ଫେରିବେ ନିଜ ଘରକୁ। ଓଡିଶା ବାହାରୁ ଆମ ରାଜ୍ୟରେ ଫସି ରହିଛନ୍ତି ଅନେକ ଶ୍ରମିକ ଓ କର୍ମଜୀବି।ଏତିକିବେଳେ ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ବସ୍ ରେ ଗଲେ 30 ଶ୍ରମିକ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳ ରହି ବିଭିନ୍ନ କାମ କରୁଥିବା ପଶ୍ଚିମବଙ୍ଗର ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଜିଲ୍ଲା ପ୍ରଶାସନ ଅନୁମତି କ୍ରମେ ଆଜି ସ୍ଥାନୀୟ ହରିଓମ ବିହାରରୁ ଏକ ବସ୍ ରେ ତିରିଶି ଜଣ ଶ୍ରମିକ ପଶ୍ଚିମବଙ୍ଗ ଗଲେ । ସେମାନେ ଏଠାରେ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କୋରନା ଭାଇରସ ପାଇଁ ଲକଡାଉନ ଯୋଗୁଁ ସେମାନଙ୍କ କାମ ବନ୍ଦ ହୋଇଯାଇଥିଲା ।ସେମାନେ ଏଠାରେ ଦୁଇ ମାସ ପର୍ଯ୍ୟନ୍ତ ଘରେ ବସି ରହିବାକୁ ପଡିଥିଲା ।
ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ତଥାପି ସେମାନେ ସମସ୍ତେ ଜିଲ୍ଲା ପ୍ରଶାସନକୁ ନିଜ ଗ୍ରାମକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ।ଜିଲ୍ଲା ପ୍ରଶାସନର ଅନୁମତି ପ୍ରଦାନ ପରେ ଆଜି ସେମାନେ ବ୍ରଜରାଜନଗର ପୌରପରିଷଦ ନିର୍ବାହୀ ଅଧିକାରୀ ଦିଲିପ ପଟେଲ ଓ ପୂର୍ବତନ ବିଜେଡି ଟାଉନ ସଭାପତି ଜୟନ୍ତ ଦିକ୍ଷୀତ ଙ୍କ ସହଯୋଗରେ ପଶ୍ଚିମବଙ୍ଗକୁ ଗୋଟିଏ ବସରେ ଗଲେ।ନିଜ ରାଜ୍ୟକୁ ଫେରିଥିବାରୁ ସେମାନେ ଖୁସୀ ତ ଥିଲେ।କିନ୍ତୁ ଭବିଷ୍ୟତ କର୍ମ ସଂସ୍ଥାନ ପାଇଁ ଚିନ୍ତିତ ଅଛନ୍ତି।