ମୋଦିଙ୍କ ଗସ୍ତ ପାଇଁ ବଳି ପଡିଲେ ୩୦ ହଜାର ଗଛ ; ମୋଦିଙ୍କ ହେଲିପ୍ୟାଡ଼ ପାଇଁ କଟାଗଲା ବନୀକରଣ କରାଯାଇଥିବା ୩୦୦୦ ଗଛ

Published By : Prameya-News7 Bureau | January 13, 2019 IST

ବଲାଙ୍ଗୀର ୧୩/୧ : ମୋଦିଙ୍କ ହେଲିପେଡ଼ ପାଇଁ ବଲାଙ୍ଗୀର ସହର ବନୀକରଣ ସଫା ହୋଇଯାଇଛି | ବଳି ପଡିଲା ୩ ହଜାର ଗଛ | ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀତ୍ୱ ନରେନ୍ଦ୍ର ମୋଦି | ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରହିଛି ବଲାଙ୍ଗୀର | ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଦିନ ରାତି କାମ ଚାଲିଛି | ମୋଦିଙ୍କ ଗସ୍ତ ପାଇଁ ଏକ ହେଲିପେଡ଼ ମଧ୍ୟ ନିର୍ମାଣ କରାଯାଉଛି | ହେଲିପେଡ଼ ପାଇଁ ବଲାଙ୍ଗୀର ରେଳ ଷ୍ଟେସନ ପଛପଟେ ଲଗାଯାଇଥିବା ବନୀକରଣ ଯୋଜନାର ଗଛଗୁଡିକୁ କାଟି ସଫା କରି ଦିଆଯାଇଛି |

{"id":73383}

ବଲାଙ୍ଗୀର ଡ଼ିଏଫଓଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି | ବଲାଙ୍ଗୀର ସହରରେ ବନୀକରଣ ଯୋଜନାରେ ପ୍ରାୟ ୩୦ ହଜାର ଗଛ ଲଗାଯାଇଥିଲା | ସେଠି ମଧ୍ୟରୁ ରେଳ ଷ୍ଟେସନ ପଛପଟେ ପ୍ରାୟ ୩୫୦୦ ଚାରା ରୋପଣ କରାଯାଇଥିଲା | ଚାରା ରୋପଣ ସମୟରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା | ନିମ୍ବ, ଶିଶୁ, କରଞ୍ଜ ଆଦି ଚାରା ଲଗାଯାଇଥିଲା | ଗଛର ଯତ୍ନ ନେବାପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିଲା | ଏହା ଭିତରେ କିସିଝି ଗଛ ୬ରୁ ୮ ଫୁଟ ଉଚ୍ଚ ପର୍ଯ୍ୟନ୍ତ ବଢି ଯାଇଥିଲେ | କିନ୍ତୁ ମୋଦିଙ୍କ ଗସ୍ତ ପାଇଁ ହେଲିପେଡ଼ ନିର୍ମାଣ ନିମନ୍ତେ ଗଛଗୁଡିକୁ କାଟି ଦିଆଯାଇଛି | ରେଞ୍ଜରଙ୍କ କହିବା ଅନୁସାରେ ହେଲିପେଡ଼ ନିର୍ମାଣ ପାଇଁ ଗଛ କାଟିବା ପୂର୍ବରୁ ବନବିଭାଗର ଅନୁମତି ନିଆଯିବା କଥା | କିନ୍ତୁ ଗଛ କାଟିବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହିଁ | ଏହି ପ୍ରସଙ୍ଗକୁ ନେଇ ପରିବେଶବିତ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି |

{"id":73384,"width":585,"height":365}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.