୧୬ ବିଦେଶୀଙ୍କ ସମେତ ୩୦ ଜମାତ ଫେରନ୍ତା ଗିରଫ, ସରକାରଙ୍କୁ ସୂଚନା ନଦେଇ ଲୁଚି ରହିଥିଲେ

Published By : Prameya-News7 Bureau | April 21, 2020 IST

ଲକ୍ଷ୍ନୌ, ୨୧|୦୪: ଉତ୍ତରପ୍ରଦେଶର ସରକାର ଓ ପ୍ରଶାସନ ଦ୍ୱାରା ଅନେକ ଅନୁରୋଧ ପରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଜମାତ ଫେରନ୍ତା ଲୁଚି ରହିଛନ୍ତି । ଏନେଇ ସେମାନେ ସରକାରଙ୍କୁ ସୂଚନା ମଧ୍ୟ ଦେଉ ନାହାଁନ୍ତି । ସୋମବାର ପ୍ରୟାଗରାଜରେ ଜମାତ ଫେରନ୍ତା ଲୁଚିଥବା ଖବର ମିଳିବା ପରେ ପୋଲିସ ବିଳମ୍ବିତ ରାତ୍ରରେ ଚଢାଉ କରି ୩୦ଜଣଙ୍କୁ ଗିରଫ କରିଛି ।

ଗିରଫଙ୍କ ମଧ୍ୟରେ କ୍ୱାରେଣ୍ଟାଇନରେ ରହିଥିବା ଆଲହାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୧୬ଜଣ ବିଦେଶୀଙ୍କ ସହ ମୋଟ ୩୦ଜଣ ରହିଛନ୍ତି । ବିଦେଶୀଙ୍କୁ ଫରେନର୍ସ ଆକ୍ଟ ଅନୁସାରେ ଗିରଫ କକରାଯାଇଛି । ଆଲହାବାଦ ପ୍ରଫେସରଙ୍କ ବିରୋଧରେ ଜମାତ ଫେରନ୍ତାଙ୍କୁ ଲୁଚାଇ ଆଶ୍ରୟ ଦେଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ଶାହଗଞ୍ଜ ଓ କାଟଜୁ ରୋଡ ନିକଟରେ ଥିବା ଅବ୍ଦୁଲାହ ମସଜିଦରେ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡୋନେସିଆର ୭  ନାଗରିକଙ୍କୁ ଗିରଫ କରାଯାଇଥିଲା । ଏହି ସମସ୍ତ ଗିରଫ ଦିଲ୍ଲୀ ନିଜାମୁଦ୍ଦୀନରେ ଥିବା ମରକଜରେ ସାମିଲ ଥିଲେ । ସେହିପରି ହେରା ମସଜିଦରୁ ଥାଇଲାଣ୍ଡର ୯ ନାଗରିକଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା ।

ପୋଲିସର କହିବାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ଆଲହାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ୩୦ଜଣଙ୍କୁ ଗିରଫ କରାଯାଇଛି । ପ୍ରଫେସର ୧୬ ବିଦେଶୀଙ୍କୁ ଆଶ୍ରୟ ଦେଇଥିଲେ । ସେମାନଙ୍କୁ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ଏହାପରେ ଜେଲ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.