୩୦ସେକେଣ୍ଡର ଏହିସବୁ କୈାଶଳ ଦ୍ବାରା ବଞ୍ଚିଯିବ ଆପଣଙ୍କ ସମ୍ପର୍କ : ଜାଣନ୍ତୁ କ’ଣ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪/୧୧: ସବୁ ସମ୍ପର୍କରେ କଳି- ଝଗଡ଼ା ହୋଇଥାଏ କିନ୍ତୁ ବେଳେବେଳେ ଏହି ଝଗଡ଼ା ବହୁତ ବଢ଼ିଯାଇଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ସମ୍ପର୍କରେ ପୂର୍ଣ୍ଣଛ୍ଛେଦ ପଡ଼ିଥାଏ। ଏହିପରି ଭାବରେ ଆପଣଙ୍କ ଦୀର୍ଘଦିନର ସମ୍ପର୍କ ଭାଙ୍ଗିଯାଇଥାଏ ଏବଂ ପରେ ଏଥିପାଇଁ କେବଳ ଅବଶୋଷ କରିବା ଛଡ଼ା ଆଉ କିଛି ଉପାୟ ନଥାଏ । ସେଥିପାଇଁ ଆମେ କେତେକ କୈାଶଳ ବିଷୟରେ ଆଜି ଜାଣିବା ଯାହାକୁ ଅନୁସରଣ କଲେ ଆମ ସମ୍ପର୍କରେ କୈାଣସି ଆଞ୍ଚ ଆସିବ ନାହିଁ । ଓଭର ରିଆକ୍ଟ କରିବା ଦ୍ବାରା ପ୍ରାୟ ସମ୍ପର୍କ ଭାଙ୍ଗିଥାଏ। ଅଧିକାଂଶ ଥର ଆପଣଙ୍କ ପାର୍ଟନର ଆପଣଙ୍କୁ କଲ୍ କରିପାରେନାହିଁ  କିମ୍ବା ଆପଣଙ୍କ ମ୍ୟାସେଜର ରିପ୍ଲାଏ ଦେବାକୁ ଭୁଲିଯାଇଥାଏ। ସେ ଆସିବାପରେ ଆପଣ ତାଙ୍କ ଉପରେ ବିନା କାରଣରେ ଚିଲାଇଥାନ୍ତି। ପରେ ଆପଣ ହୃଦୟଙ୍ଗମ କରନ୍ତି ଯେ ଆପଣ ତିଳକୁ ତାଳ କରିଥିଲେ। ସେଥିପାଇଁ ଯେତେବେଳେ ଏପରି ପରିସ୍ଥିତି ଆସିବ ବୁଝି ବିଚାରି ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିବେ। ୩୦ସେକେଣ୍ଡର ଟ୍ରିକ୍: ଏହି ମନସ୍ତାତ୍ତ୍ବିକ କୈାଶଳକୁ ପ୍ରୟୋଗ କରିବା ପାଇଁ ୩୦ସେକେଣ୍ଡରୁ ଅଧିକ ସମୟ ଲାଗିବନାହିଁ। ଜାଣନ୍ତୁ ଏହି କୈାଶଳଗୁଡ଼ିକ ବିଷୟରେ: ୧.ଦୀର୍ଘଶ୍ବାସ ଛାଡ଼ନ୍ତୁ: ନ ବୁଝି କୈାଣସି କଥାରେ ପ୍ରତିକ୍ରିୟା ପ୍ରକାଶ ନ କରି ପ୍ରଥମେ ଦୀର୍ଘଶ୍ବାସ ନିଅନ୍ତୁ। ଏହା ଦ୍ବାରା ଆପଣ ତୁରନ୍ତ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ରହିଯିବେ ଏବଂ କିଛି ସମୟ ପାଇଁ ସେହି ପରିସ୍ଥିତିରୁ ଆପଣଙ୍କ ମନ ବିଭ୍ରାନ୍ତ ହେବ ଏବଂ ଯାହା ଦ୍ବାରା ଶାନ୍ତିରେ ଆପଣ ସମସ୍ୟାର ସମାଧାନ କରିବେ। ୨. ନିଜ ଫିଲିଙ୍ଗକୁ ବୁଝନ୍ତୁ: ଦୀର୍ଘଶ୍ବାସ ନେବା ପରେ ନିଜ ଫିଲିଙ୍ଗକୁ ବୁଝିବାକୁ ଚେଷ୍ଟା କରନ୍ତୁ। ନିଜ ସହ କଥା ହୁଅନ୍ତୁ ଯେ ଆପଣ ବ୍ୟସ୍ତବିବ୍ରତ  ଅଛନ୍ତି କି ନାହିଁ କିମ୍ବା ଆପଣଙ୍କର କୈାଣସି ସମସ୍ୟା ଅଛି କି ନାହିଁ। ଏହି କଥାକୁ ମନରେ ଭାବନ୍ତୁ । କିଛି ସମୟ ପରେ ଆପଣ ବୁଝି ପାରିବେ ଯେ ଆପଣ ଏହି ପରିସ୍ଥିତିକୁ ଭଲ ଭାବେ ସମାଧାନ କରିପାରିବେ। ୩. ପରିସ୍ଥିତିକୁ ବୁଝନ୍ତୁ: ନିଜକୁ ପ୍ରଶ୍ନ କରନ୍ତୁ। ଯେପରିକି ଓଭର ରିଆକ୍ଟ କରିବା ଦ୍ବାରା ଆପଣଙ୍କୁ କ’ଣ ହାସିଲ ହେବ? ଏହି ୧୦ମିନିଟର ଝଗଡ଼ାରେ ଆପଣଙ୍କୁ କ’ଣ ହାସିଲ ହେବ? ଏହି ପରିସ୍ଥିତିରୁ କ’ଣ ଶିକ୍ଷା ମିଳିବ? ନିଜକୁ ପ୍ରଶ୍ନ କରିବା ଦ୍ବାରା ଆପଣଙ୍କ ଖରାପ ଭାବଧାରାକୁ ଭଲ ଭାବଧାରାରେ ବଦଳାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.