ଚୋରା ଚାଲାଣ ବେଳେ ୩୦ କ୍ବିଣ୍ଟାଲ ପିଡ଼ିଏସ ଚାଉଳ ଜବତ, ୪ ଗିରଫ

Published By : Prameya-News7 Bureau | October 28, 2020 IST

ମୁନିଗୁଡା ୨୮।୧୦: ୩୦ କ୍ବିଣ୍ଟାଲ ପିଡ଼ିଏସ ଚାଉଳ ବଲାଙ୍ଗୀର ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ହାତରେ ଧରାପଡିଛି । କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ବିଷମ କଟକ ଥାନା ଅଧୀନରେ ଥିବା ଉର୍ଳାଯୋଡି ଗ୍ରାମ ନିକଟରେ ଏକ ମିନି ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ରେ ଚାଉଳ ଲୋଡ଼୍ କରାଯାଉଥିବା ବେଳେ ପୋଲିସ ଏହି ଦୁଇ ଗାଡି ଓ ଗାଡ଼ିରେ ଥିବା ୩୦ କ୍ବିଣ୍ଟାଲ ଚାଉଳକୁ ଜବତ କରିଛି ।

{"id":352308,"sizeSlug":"large"}

ଏହାସହ  ଘଟଣାସ୍ଥଳରେ  ଉପସ୍ଥିତ ଉଭୟ ଦୁଇଟି ଗାଡିର ମାଲିକ ଓ ଡ୍ରାଇଭର ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ଏହି ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ଏତେ ପରିମାଣର ଚାଉଳ କେଉଁଠାରୁ ଆସିଲା ଓ କାହା ପାଖରୁ କିଣା ହୋଇଛି ସେ ନେଇ ଅଧିକ ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.