Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

କଟକରେ ପୂଜା ପାଇଁ କଡା ପୋଲିସ ବ୍ୟବସ୍ଥା, ସହରରେ ମୁତୟନ ହେବେ ୩୦ପ୍ଲାଟୁନ ଫୋର୍ସ, ଭସାଣୀରେ ରହିବ କଡା ନଜର

20/10/2020 at 1:04 PM

କଟକ ୨୦।୧୦: କରୋନା ପାଇଁ ଚଳିତ ବର୍ଷ କଟକ ସହରରେ ଫିକା ପଡିଛି ପୂଜା । କୋଭିଡ୍ କଟକଣା ମଧ୍ୟରେ ଏଥର ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ସେଥିଲାଗି ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ସହରରେ ମାତ୍ର ୯ଟି ପୂଜା ମଣ୍ଡପକୁ ଛାଡିଦେଲେ ଅନ୍ୟ ମଣ୍ଡପଗୁଡିକରେ ମା’ଙ୍କର ୪ ଫୁଟରୁ ଉଚ୍ଚ ମୂର୍ତ୍ତିକୁ ପୂଜା ଅନୁମତି ନାହିଁ । ଫଳରେ ପୂଜା କମିଟିଗୁଡି କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି ।

ଅନ୍ୟପଟେ ପୂଜା ପାଇଁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ଏହାସହ ୧୦୦ ଅଫିସରଙ୍କୁ ମୁତୟନ କରାଯିବ । ଭସାଣୀ ଉପରେ କଡା ନଜର ରହିବ ବୋଲି ଡିସିପି କହିଛନ୍ତି । ଚଳିତ ବର୍ଷ ୧୪ଟି ସ୍ଥାନରେ ଭସାଣୀ ଉତ୍ସବ ହେବ ବୋଲି ଯୋଜନା ରହିଛି । ସହରରେ ଚାନ୍ଦା ଆଦାୟକାରୀଙ୍କ ଉପରେ କଡା ନଜର ରଖାଯିବ । କୋଭିଡ କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

   Related Posts