ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ : ୩୦ଜୁଆଡ୍ଡି ଗିରଫ ସହ ନଗଦ ଟଙ୍କା ଓ ବାଇକ ଜବତ

Published By : Prameya-News7 Bureau | June 15, 2020 IST

ଖଲ୍ଲିକୋଟ ୧୫।୦୬:  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ । ଜିଲ୍ଲା ପୋଲିସ ପକ୍ଷକୁ ଚଢାଉ କରାଯାଇ  ୩୦ଜଣଙ୍କୁ ଗିରଫ  କରାଯାଇଛି । ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, ମୋବାଇଲ ଜବତ କରିଛି ପୋଲିସ ।

{"id":286494,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଭିନ୍ନ ସ୍ଥାନରେ ଜୁଆଆଡ୍ଡା ଚାଲିଥିବା ନେଇ ପୋଲିସ ନିକଟକୁ ଖବର ଆସିଥିଲା । ପୋଲିସ ଖବର ପାଇଁ  ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା । ଗଞ୍ଜାମ ଜିଲ୍ଲା ଅଧୀନରେ ଖଲ୍ଲିକୋଟ, ପୋଲସରା ଓ ଗାଙ୍ଗପୁର ଥାନା ପୋଲିସ ମିଳିତ ଭାବେ ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ । ଜୁଆ ଖେଳ ହେଉଥିବା  ସମୟରେ ପୋଲିସ ଚଢ଼ାଉ କରି ୩୦ଜଣଙ୍କୁ ଗରିଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୩ ହଜାର ୧୪୦ଟଙ୍କା ଜବତ କରାଯାଇଛି । ଏହାସହ ୮ଟି ବାଇକ୍ ଓ  ୧୧ ମୋବଇଲ ଫୋନ ସିଜ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.