ବର୍ଷା ଓ ଭୂସ୍ଖଳନରେ ୩୦ ମୃତ ; ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

Published By : Prameya-News7 Bureau | January 26, 2020 IST

ବ୍ରାଜିଲ୍ ୨୬।୦୧: ବ୍ରାଜିଲର ଦକ୍ଷିଣ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାୟୁ ୩୦ଜଣଙ୍କ ପ୍ରାଣ ହାନୀ ହୋଇସାରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗତ ଦୁଇ ଦିନ ହେଲା ଦକ୍ଷିଣ ପୂର୍ବ ବାଜ୍ରିଲରେ ଲଗାତାର ବର୍ଷା ଓ ଏହାପରେ ଭୂସ୍କଳନ ଏପରି ଜୀବନହାନୀ ଘଟିଛି । ବିପୁଳ ପରିମାଣର କୋଠା ଘର ଓ ସମ୍ପତ୍ତି ନଷ୍ଟ ମଧ୍ୟ ହୋଇଛି । ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଫଶି ରହିଥିବା ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ଅନେକ ଲୋକ ନିଖୋଜ ଥିବାର ସୂଚନା ମଧ୍ୟ ରହିଛି ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ସିଭିଲ ଡିଫେନ୍ସ ଟିମ୍  ଅନୁଯାୟୀ, ମିନାସ ଗେରେସ୍ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥାନୀୟ ଅଞ୍ଚଳରୁ ତିନି ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଭୂସ୍ଖଳନ ଯୋଗୁଁ ଅନେକ ଲୋକ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ଷା ଓ ଭୂସ୍ଖଳନରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା , କିନ୍ତୁ ଶନିବାର ଦିନ ମୃତ୍ୟୁ ସଂଖ୍ୟା ବଢି ୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ରାଜଧାନୀବାସୀ ବୋଲି ଜଣାପଡିଛି ।

ପାଣିପାଗ ବିଭାଗ ଅନୁଯାୟୀ ହୋରିଜୋଣ୍ଟେ ସହରରେ ଶୁକ୍ରବାର ଦିନ ବର୍ଷା ୧୧୦ ବର୍ଷ ତଳର ରେକର୍ଡ କାଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୧୭୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଘର ଭୁଷୁଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.