ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରେ ୩୦% ତବଲିଗୀ ଜମାତ ସଦସ୍ୟ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୫।୪: ଦେଶରେ ପ୍ରତିଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୦୦୦ ରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଯେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଜମାତ ସଦସ୍ୟ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ତବଲିଗୀ ଜମାତ ସହ ଜଡିତ ପ୍ରାୟ ୩୦ ପ୍ରତିଶତ ରୋଗୀ ଅଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶର ୧୭ଟି ରାଜ୍ୟରେ ୧୦୨୩ କରୋନା ଭାଇରସ୍ ପଜିଟିଭ ରୋଗୀ ତବଲିଗୀ ଜମାତର ।

ଦିଲ୍ଲୀର ନିଜାମୁଦ୍ଦିନରେ ଅବସ୍ଥିତ ମରକଜରେ ତବଲିଗୀ ଜମାତର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ଜଡିତ କିଛି ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି । ସେବେଠାରୁ ସରକାର ଏହି କାର୍ଯ୍ୟକ୍ରମରେ ଜଡିତ ଲୋକଙ୍କୁ ଖୋଜିବା ଏବଂ ସ୍କ୍ରିନିଂ କରିବାରେ ନିୟୋଜିତ ଥିଲେ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୩୦୦୦ ରୁ ଅଧିକ ହୋଇଛି । ଏଥି ସହିତ ଦେଶରେ କରୋନା ଭାଇରସ୍ ଯୋଗୁଁ ୭୭ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.