ସୁନ୍ଦରଗଡ ବଣାଇରେ ଭାରସାମ୍ୟ ହରାଇ ଓଲଟିପଡିଲା ବସ୍ ; ୩୦ରୁ ଅଧିକ ଯାତ୍ରୀ ଆହତ
20/09/2018 at 11:10 AM

ସୁନ୍ଦରଗଡ ୨୦|୯: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଏକ ନାଇଟ୍ ଏକ୍ସପ୍ରେସ ବସ୍ ର ଚକ ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଭାବେ ଆହତ ଯାତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ପାରାଦୀପରୁ ରାଉରକେଲା ଆସୁଥିବା ‘ଗଙ୍ଗା’ ନାମକ ଏକ ଘରୋଇ ନାଇଟ୍ କୋଚ୍ ବସ୍ ଦ୍ରୁତ ଗତିରେ ଯାଉଥିବା ବେଳେ ବଣେଇ ଥାନା ଅନ୍ତର୍ଗତ ବଲାଣୀପାଟ ଛକ ନିକଟରେ ଭୋର ପ୍ରାୟ ୪ଟା ବେଳେ ଏହାର ଆଗ ଚକ ଫାଟି ଯାଇଥିଲା। ଫଳରେ ଗାଡ଼ି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଗାଡ଼ିଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।