Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଛତିଶଗଡ ଫେରନ୍ତା ବଢାଇଲେ ସଂକ୍ରମଣ, ଜଣଙ୍କଠାରୁ ୩୦ ଜଣ ହୋଇଛନ୍ତି ସଂକ୍ରମିତ

17/04/2021 at 11:59 AM

ଭୁବନେଶ୍ବର ୧୭।୪: ସରକାର କରୋନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ପଜିଟିଭଙ୍କ ସଂଖ୍ୟା ବଢିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । କରୋନାର ଚେନ୍ ଭାଙ୍ଗିବା ପାଇଁ ସରକାର ସବୁ ପଦକ୍ଷେପ ନେଇଛନ୍ତି ।

ଆଜିଠୁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ କରାଯାଉଛି । ବାହାର ଲୋକ ସଂକ୍ରମଣ ନେଇକି ଆସିଲେ ।  ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି । କରୋନା ଡ୍ରପଲେଟ୍ ବାୟୁ ମଣ୍ଡଳରେ ବୁଲୁଛି ।  ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନାହିଁ । ୯ଟା ବେଳେ କର୍ଫ୍ୟୁ ଅଛି ଭାବି  ବଜାରରେ ଭିଡ଼ ଜମାନ୍ତୁ ନାହିଁ । 

ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ସମୟ ଆସିଛି ଦାଇତ୍ତ୍ବ ନେବାର । ପ୍ରତ୍ୟେକ ଦିନ ତଳ ସ୍ତରରୁ ମନିଟର କରାଯାଉଛି । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛୁ । ଯଦି ଆଗକୁ ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ସେମାନଙ୍କୁ ଘରୋଇ ସଙ୍ଗରୋଧ ରେ ରଖିବାର ବ୍ୟବସ୍ଥା ହୋଇଛି ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

   Related Posts