Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୋଭିଡ୍ କେୟାର୍ ସେଣ୍ଟରରୁ ୩୦ ସଂକ୍ରମିତ ଫେରାର୍: ଇଣ୍ଟରଭ୍ୟୁ ପାଇଁ ଆସିଥିଲେ ଅନ୍ୟ ରାଜ୍ୟରୁ

23/04/2021 at 6:58 PM

ଅଗରତାଲା ୨୩/୦୪ : ତ୍ରିପୁରା ଅରୁନ୍ଧତୀନଗର କୋଭିଡ କେୟାର ସେଣ୍ଟରରୁ ପାଖାପାଖି ୩୦ କରୋନା ସଂକ୍ରମିତ ଫେରାର ହୋଇଯାଇଛନ୍ତି। ଏନେଇ ଗୁରୁବାର ଦିନ ତ୍ରିପୁରା ଜିଲ୍ଲା ଅଧିକାରୀ ସୂଚନା ଦେଇଛି। ବୁଧବାର ବିଳମ୍ବିତ ରାତିରେ ସଂକ୍ରମିତ ଫେରାର ହୋଇଯାଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ରେଲୱେ ଷ୍ଟେସନ ଓ ପୋଲିସ ଷ୍ଟେସନକୁ ମାମଲା ସମ୍ପର୍କରେ ସୂଚାଇ ଦିଆଯାଇଛି। ସେମାନେ କୋଭିଡ କେୟାର ସେଣ୍ଟର ପଛପଟୁ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି।

ଜିଲ୍ଲା ଅଧିକାରୀ ଶୈଳେଶ କୁମାର ଯାଦବ କହିଛନ୍ତି ସଂକ୍ରମିତମାନେ ଇଣ୍ଟରଭ୍ୟୁ ପାଇଁ ଅନ୍ୟ ରାଜ୍ୟରୁ ଆସିଥିଲେ। ଫେରାର ସଂକ୍ରମିତ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରୁ ଆସିଥିଲେ। ସଂକ୍ରମିତ ହୋଇଥିବା ଜାଣିବା ପରେ ଇଣ୍ଟରଭ୍ୟୁ ସ୍ଥଗିତ ରଖାଯାଇଥିଲା। ମଙ୍ଗଳବାର ଦିନ ୨୪ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା ଓ ପ୍ରାୟ ୪୦ ଜଣଙ୍କୁ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବୁଧବାର ରାତିରେ ୩୦ ଜଣ ଫେରାର ହୋଇଯାଇଛନ୍ତି। ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଫେରାର ସଂକ୍ରମିତଙ୍କ ମୋବାଇଲ ଟ୍ରେସ କରାଯାଇଛି।

   Related Posts