ବସ୍‌ରେ ଥିଲେ ୩୦ ଯାତ୍ରୀ ଲାଗିଗଲା ନିଆଁ, ଆଉ ତାପରେ...

Published By : Prameya-News7 Bureau | October 28, 2021 IST

ପୁଣେ ୨୮/୧୦: ପୁଣେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବସରେ ନିଆଁ ଲାଗିଯିବା କାରଣରୁ କେହି ଗୁରୁତର ହୋଇନାହାଁନ୍ତି । ଦ୍ରୁତ ଗତିରେ ଯାଉଥିବା PMPML ବସରେ ହଠାତ୍ ଲାଗିଯାଇଥିଲା ନିଆଁ । ନିଆଁର ପ୍ରକୋପ ବଢିବା ଆଗରୁ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଥିଲା ୩୦ ପ୍ରାଣ । ନିଆଁରେ ପୋଡି ନହେଲେ ବି ସାମାନ୍ୟ ଆହତ ହୋଇଛନ୍ତି ସମସ୍ତ ୩୦ ଯାତ୍ରୀ ।

ସୂଚନାଥାଉକି, ପିମ୍ପିରିରୁ ଗୁରୁଭକୁ ଯାଉଥିବା ବେଳେ ବସର ଇଞ୍ଜିନରେ ସର୍ଟ ସର୍କିଟ ହୋଇଥିଲା । ହଠାତ୍ ନିଆଁ ଲାଗିଯିବା କାରଣରୁ ବିପଦରେ ପଡିଯାଇଥିଲା । ତେବେ ବିପଦରେ ପଡିଥିବା ଯାତ୍ରୀଙ୍କୁ କୌଣସି ପ୍ରକାର ବିପଦରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଡ୍ରାଇଭର । ଡାପୋଡି ବ୍ରିଜ ନିକଟରେ ନିଆଁକୁ ଆୟତ୍ତ କରାଯାଇଥିଲା । ସଂଗେ ସଂଗେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସୌଭାଗ୍ୟବଶତ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.