Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଭଦ୍ରକରୁ ଆଜି ୩୦ କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା‌

23/07/2020 at 12:43 PM

ଭଦ୍ରକ ୨୩।୦୭: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ  ଜିଲ୍ଲାରେ ଆଜି  ୩୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ୩୦ ସଂକ୍ରମିତଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ଲୋକାଲ କଣ୍ଟାକ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୪୯୧୭ ଟେଷ୍ଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା ୪୨୪ରେ ପହଞ୍ଚିଛି । ତେବେ ୩୩୫ଜଣ  ସୁସ୍ଥ ହୋଇସାରିଛନ୍ତି ।

ଆଜି କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୨ଜଣ ସଂକ୍ରମିତଙ୍କ ମଧ୍ୟରୁ ବାଣିତିଆ ହାଇସ୍କୁଲରୁ ଜଣେ , ଧାମନଗର ହାଇସ୍କୁଲରୁ ୨ଜଣ , ଭଦ୍ରକ ପୌରପାଳିକା ଚନ୍ଦନବଜାରରୁ ୨ଜଣ , ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟରୁ ୩ଜଣ , ବାସୁଦେବପୁର ପୌରାଞ୍ଚଳ ନ୍ୟୁ ଇଣ୍ଡିଆ ସାହିରୁ ଜଣେ , ବାସୁଦେବପୁର ସିସିସିରୁ ଜଣେ , ସାନଅଗରପୁର ସ୍କୁଲରୁ ଜଣେ,  ପଦ୍ମପୁର ସ୍କୁଲରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଲୋକାଲ କଣ୍ଟାକ୍ଟ ୧୮ଜଣଙ୍କ ମଧ୍ୟରୁ ଭଦ୍ରକ ପୌରାଞ୍ଚଳ କଣ୍ଟାବଣିଆ ରୁ ଜଣେ , ଧରିତ୍ରୀ ନଗରରୁ ଜଣେ , ଗବସାହିରୁ ଜଣେ ,ଶୁକ୍ଲାସାହିରୁ ୫ଜଣ , ଅପର୍ତ୍ତିବିନ୍ଧାରୁ ୫ଜଣ ,  ନଳାଙ୍ଗରୁ ଜଣେ , ନୂଆପୋଖରୀରୁ ୨ଜଣ , ଧାମନଗର ସୋହଡା ବେଦପୁରରୁ ୨ଜଣ  ଜଣ ଚିହ୍ନଟ ହୋଇଛନ୍ତି ।

   Related Posts