ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ଯାତ୍ରୀ ଆହତ
10/01/2020 at 11:53 AM

ଦେବଗଡ ୧୦।୧: ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିଲାକରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୨୩ ନଂ ଜାତୀୟ ରାଜପଥ ଖୁଲୁଣ୍ଡିପାଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ରାଉରକେଲାରୁ ଅନୁଗୋଳ ଯାଉଥିଲା ‘ଶାରଳା’ ନାମକ ଯାତ୍ରୀବାହୀ ବସ୍ । ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021