Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପ୍ରଥମ ପର୍ଯ୍ୟାୟର ଦେଶର ୩ କୋଟି ଲୋକଙ୍କୁ ଦିଆଯିବ କୋଭିଡ୍-୧୯ ଭ୍ୟାକସିନ୍, କରୋନା ଯୋଦ୍ଧାଙ୍କୁ ପ୍ରାଥମିକତା

21/10/2020 at 4:35 PM

ନୂଆଦିଲ୍ଲୀ ୨୧।୧୦: କରୋନା ଭ୍ୟାକସିନ ପାଇଁ ଦୁନିଆର ଅନେକ ଦେଶ ସହିତ ଭାରତରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସ୍ଵାସ୍ଥ୍ୟ  କର୍ମଚାରୀ ସମେତ ଦେଶର ୩ କୋଟି କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛନ୍ତି।

୩ କୋଟି ଲୋକଙ୍କ ମଧ୍ୟରୁ ୭୦ ଲକ୍ଷ ଡାକ୍ତର ଓ ପାରା ମେଡିକାଲ ସାମିଲ। ସେହି ପରି ୨୦ ଲକ୍ଷ ଅନ୍ୟ କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭ୍ୟାକସିନ ଦିଆଯିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କୋଭିଡ୍-୧୯ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭୂଷଣ କହିଛନ୍ତି ଦେଶ ପାଖରେ ପୂର୍ବରୁ ହିଁ ୩ କୋଟି ଟୀକାକରଣ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ଆମ ପାଖରେ କୋଲ୍‌ଡ ଚେନ୍, ଶିଶା, ସିରିଜ ଏବଂ ବାକି ଆବଶ୍ୟକ ବ୍ୟବସ୍ଥା ରହିଥିବା ସେ କହିଛନ୍ତି। ୨୦୨୧ ଜାନୁଆରୀ ଓ ଜୁନର ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବାକୁ ନିର୍ଦ୍ଧାରଣ କରାଯାଇଛି।

ରାଷ୍ଟ୍ରୀୟ ବିଶେଷଜ୍ଞ କମିଟିର ବିଚାର-ବିମର୍ଶ ସହିତ ଟୀକାକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୧ ଜୁଲାଇ ସୁଦ୍ଧା ଭ୍ୟାକସିନ ଉପଲବ୍ଧ ହୋଇଥିବ ବୋଲି ସେ କହିଛନ୍ତି। ଆମକୁ ଲାଗୁଛି ଯଦି ପରୀକ୍ଷା ଯୋଜନା ଅନୁସାରେ ଆଗକୁ ବଢେ ଏବଂ ସଫଳ ହୁଏ ତେବେ ୨୦୨୧ ଜାନୁଆରୀରୁ ଜୁଲାଇ ମଧ୍ୟରେ ଭ୍ୟାକସିନ ଉପଲବ୍ଧ ହୋଇଯିବ। ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ଥିବା ବ୍ୟକ୍ତିଙ୍କ ପାଇଁ ଭ୍ୟାକସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ପାରିବ।

ଭୂଷଣ କହିଛନ୍ତି ଗତ ୫୦ ବର୍ଷ ଧରି ପ୍ରତି ବର୍ଷ ପ୍ରାୟ ୨ କୋଟି ୫୦ ଲକ୍ଷ ଶିଶୁ ଓ ବୟସ୍କଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରହିଛି। ଆମ ଦେଶରେ ପୂର୍ବରୁ ହିଁ ୨୮ ହଜାରରୁ ଅଧିକ ଶୀତଳଭଣ୍ଡାର ରହିଛି। ଏହି ଶୀତଳ ଭଣ୍ଡାରକୁ ଟୀକା ସଂରକ୍ଷିତ ରଖିବାରେ ଉପଯୋଗ କରାଯାଏ।

   Related Posts