Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୋମବାର ଦିନ ମହାକୁମ୍ଭରେ ସ୍ନାନ କରିଛନ୍ତି ୩୦ ଲକ୍ଷ ଶ୍ରଦ୍ଧାଳୁ: ଏତେ ଲୋକେ କେଉଁଠୁ ଆସିଲେ ଓ କୁଆଡେ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ

13/04/2021 at 3:41 PM

ହରିଦ୍ୱାର ୧୩/୦୪ : ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭକୁ ନେଇ ସରକାର ଓ ମେଳା ପ୍ରଶାସନ ବଡ ବଡ ଦାବି କରୁଛନ୍ତି। ସୋମବାର ଦିନ ସୋମବତୀ ଅମାବାସ୍ୟା ଦିନ ୩୦ ଲକ୍ଷରୁ ଅଧିକ ଲୋକ ଗଙ୍ଗାରେ ସ୍ନାନ କରିଥିବା ପ୍ରଶାସନ ଦାବି କରିଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏତେ ସଂଖ୍ୟାରେ ଲୋକ ଆସିବା ସତ୍ତ୍ୱେ ଅଧିକାଂଶ ଧର୍ମଶାଳା, ହୋଟେଲ, ଆଶ୍ରମ ଖାଲି ରହିଥିଲା ଓ ସୀମା ପାର କରି ଆସିଥିବା ଗାଡିମାନଙ୍କର ଏଣ୍ଟ୍ରି ମଧ୍ୟ ସୀମିତ ଥିଲା। ଏଠାରେ ପ୍ରଶ୍ନ ଉଠିଛି ଯେ ଏତେ ଲୋକ ଆସିଲେ କେଉଁଠୁ ? ହୋଟେଲ ଆସୋସିଏସନ ସହ ଜଡିତ ବିଭବ ମିଶ୍ର କହିଛନ୍ତି ଯେ ଅଧିକାଂଶ ହୋଟେଲ ରବିବାର ଯାଏଁ ଖାଲିଥିଲା। ତେବେ ଲକ୍ଷ ଲକ୍ଷ ଲୋକେ ସ୍ନାନ ପାଇଁ ଆସିଲେ କେଉଁଠୁ ? ଧର୍ମଶାଳା ଆସୋସିଏସନ ମଧ୍ୟ ସମାନ ଦଲିଲ ଦେଇଛି। 

ପୋଲିସ କହିଛି ଯେ ଏପ୍ରିଲ ୧୨ ତାରିଖ ସୋମବାର ଦିନ ଗଙ୍ଗାରେ ହରିଦ୍ୱାର ଓ ଆଖପାଖ ଅଞ୍ଚଳର ପ୍ରାୟ ୩୧ ଲକ୍ଷ ୨୩ ଲୋକ ସ୍ନାନ କରିଥିଲେ। କିନ୍ତୁ ସରକାରଙ୍କ ଅନଲାଇନ ରେଜିଷ୍ଟ୍ରେସନ ପୋର୍ଟାଲରେ ୩୪୯ ଲୋକ ସୋମବାର ଦିନ ଆସିବାକୁ ରେଜିଷ୍ଟ୍ରେସନ କରିଥିଲେ। ଅନଲାଇନ ରେଜିଷ୍ଟ୍ରେସନ ସଂଖ୍ୟା ଅନୁଯାୟୀ ସୋମବାର ଦିନ ୧୫୦୦ ରୁ ୨୦୦୦ ଶ୍ରଦ୍ଧାଳୁ ହରିଦ୍ୱାରରେ ପହଞ୍ଚିଥିଲେ। ଏପଟେ ସୀମାରେ କୋଭିଡ ଟେଷ୍ଟ ରିପୋର୍ଟ ଆଣିନଥିବା କିମ୍ବା ଟେଷ୍ଟ କରାଇବା ପାଇଁ ରାଜି ହୋଇନଥିବା ୩୫୭ ଯାତ୍ରୀ ଗାଡି ଫେରାଇ ଦିଆଯାଇଥିଲା ଯେଉଁଥିରେ ୨୭୫୮ ଯାତ୍ରୀ ଥିଲେ। ହରିଦ୍ୱାରକୁ ୬୫୩୮ ଗାଡି ଆସିଥିଲା ଯେଉଁଥିରେ ୩୦ ହଜାରରୁ ଅଧିକ ଯାତ୍ରୀ ଆସିଥିଲେ। 

ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ହରିଦ୍ୱାରକୁ ୧୭ଟି ଟ୍ରେନରେ ପାଖାପାଖି ୮ ହଜାର ଯାତ୍ରୀ ଆସିଥିଲେ। ବସରେ ପ୍ରାୟ ୧୫୦୦ ଯାତ୍ରୀ ଆସିଥିଲେ। ଏସବୁ ସଂଖ୍ୟା ଯୋଡ଼ାଗଲେ ବି ପ୍ରାୟ ଏକ ଲକ୍ଷ ହେବ। ରବିବାର ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପାଖାପାଖି ସେତିକି ହିଁ ଥିଲା। ଏମିତି ସ୍ଥିତିରେ ମେଳା ପ୍ରଶାସନ ଦ୍ୱାରା ଜାରି ହୋଇଥିବା ୩୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ନାନ ସଂଖ୍ୟା କେଉଁଠୁ ଆସିଲା ଏବଂ ଶ୍ରଦ୍ଧାଳୁ କୁଆଡେ ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି।

   Related Posts