Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଗାଡି ଛାଡ଼ି ଡ୍ରାଇଭର ଓ ହେଲପର ଛୁ…

14/08/2020 at 8:24 AM

ଲମତାପୁଟ୧୪/୮: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ।  କୋରାପୁଟ ଜିଲ୍ଲା  ଲମତାପୁଟ  ଅଞ୍ଚଳରୁ ସମ୍ବଲପୁର  ଚୋରା  ଚାଲାଣ ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ବଡପଡା ଘାଟି  ନିକଟରେ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ  କରୁ ଥିବା ସମୟରେ  ଶଗର  ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ଟିପରକୁ ଅଟକାଇ ପାଇଁ ଚେଷ୍ଟା କରିଥିଲେ। ହେଲେ ଗାଡି ଛାଡି ଚମ୍ପଟ ମାରିଥିଲେ ଡ୍ରାଇଭର ଆଉ ହେଲପର ।   ଟିପରକୁ ତନ ତନ କରି ଯାଞ୍ଚ କରିବାରୁ  ଡଲାର ଉପର ଭାଗରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣ ଗଞ୍ଜେଇ ଥିଲା।

 ଏହି ଟିପରରେ ପ୍ରାୟ ୩ କ୍ବାଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦   ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ଗତ ମାର୍ଚ୍ଚ ମାସ ଲଗଡାଉନ୍ ଠାରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୦ଟି ଗଞ୍ଜେଇ କେସ ହୋଇ ଥିବା ବେଳେ ୨୨   ଜଣଙ୍କୁ ଗିରଫ କରିଛି ପୋଲିସ। ଆଉ  ୧୨ଟି ଗାଡି  ଜବତ ହୋଇ ଥିବା ପୋଲିସ ସୂଚନା ଦେଇଛି  ।  ଲମତାପୁଟ ,ଜଲାପୁଟ ,ମାଛକୁଣ୍ଡ, ଅନକାଡେଲି ,ନନ୍ଦପୁରଏବଂ ପଡୁଆ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ର ଭୂସ୍ଵର୍ଗ  ପଲୋଟି ଥିବା ଦେଖିବାକୁ ମିଳିଛି ।

   Related Posts