ଭଦ୍ରକ ବାଇପାସରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଲୁଟ୍

Published By : Prameya-News7 Bureau | September 25, 2018 IST

ଭଦ୍ରକ ୨୪/୯: ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ୩ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଲୁଟି ନେଲେ ଟଙ୍କା । ବ୍ୟାଙ୍କ କର୍ମଚାରୀ ଭଦ୍ରକ ବାଇପାସରେ ଥିବା ପିଏନ୍ ବି ବ୍ୟାଙ୍କରୁ ଟଙ୍କା ନେଇ ଜଳଙ୍ଗା ୟୁକୋ ବ୍ୟାଙ୍କକୁ ଯିବା ବେଳେ ଟଙ୍କା ଲୁଟ୍ ହୋଇଛି । ଏକ କାର ଯୋଗେ ୟୁକୋ ବ୍ୟାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଏହି ଟଙ୍କା ନେଇ ଯାଉଥିଲେ । ଗେଲଟିଆ - କାଉପୁର ମଝି ରାସ୍ତାର ଜଳଙ୍ଗା ନିକଟରେ ଦୁର୍ବୃତ୍ତ ମାନେ କାରକୁ ଅଟକାଇ କାର ଡିକିରେ ଏକବ୍ୟାଗରେ ଥିବା ସବୁ ଟଙ୍କା ଲୁଟି ନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହ ବ୍ୟାଙ୍କ କର୍ମଚାରୀକୁ ନେଇ ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.