ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ ; ୩୦ରୁ ଅଧିକ ଆହତ
6/10/2018 at 10:21 AM

ନବରଙ୍ଗପୁର ୬|୧୦: ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟରେ ରାସ୍ତାକଡ ଖାଲକୁ ଓଲଟିପଡିଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଖାତିଗୁଡ଼ାରୁ ଜୟପୁର ଅଭିମୁଖେ ଯାଉଥିବା ଦାସ ଟ୍ରାଭେଲ୍ସ ନାମକ ବସଟି ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଭାରସାମ୍ୟ ହରାଇ ବସ୍ ଟି ଓଲଟିପଡିଥିବା କୁହାଯାଉଛି ।